STORYMIRROR

Harekrushna Deb Sahoo

Romance

4  

Harekrushna Deb Sahoo

Romance

ହୁଗୁଳା ସମ୍ପର୍କ

ହୁଗୁଳା ସମ୍ପର୍କ

1 min
312


ସ୍ମୃତି ଏକ ନଈ ବହିଯାଏ 

ସାଗରରେ ମିଶିବାର ପାଇଁ। 


ଭ୍ରମର ଓ ଫୁଲ 

ଗୋଲାପ ଓ କଣ୍ଟା 

ଯୁବକ ଓ ଯୁବତୀ 

ଯୌବନକୁ ଦଂଶୀବାର ପାଇଁ। 


ଏ ସମ୍ପର୍କ ବେଳେ ବେଳେ 

ଛିଣ୍ଡି ଯାଏ ହୋଇଥାଏ ଦୂର

ବହୁଦୂର ପୁଣି ଜୀବନ ଜଞ୍ଜାଳ 

ମିଳନ ଏକ ପ୍ରହେଳିକା 

ମିଶେ ନାହିଁ ନଷ୍ଟ ହୁଏ ଯାଇ 

ସେ ଶୋଇଛି ଅନ୍ୟ ସାଥେ

ସାଥି ହୋଇ ଏକ ରାତ୍ରି ପାଇଁ

ମୋ ସହିତ ଥିଲା ଯେ ପ୍ରେମିକା ହୋଇ। 


ପାଚେରି ଏ ପାଖେ 

ପାଚେରି ସେ ପାଖେ

ସମ୍ପର୍କର ଡୋରି

ଯିବ କି ସେ ଛିଣ୍ଡି। 


ନଗ୍ନ ମାଂସ ଏବେ ଆଦିମ 

ନାରୀ ବକ୍ଷ ଛେଦନ ପାଇଁ 

ସୁଡଙ୍ଗ ଖୋଳୁଛି ମହିତଳେ

ମହାମିଳନ ପାଇଁ ସେ 

ମୋତେ ନୁହେଁ ଆଉ କାହାକୁ ନେଇ। 


ମୋ ସାଥେ, ତୁମ ସାଥେ 

ଆଉ କାହା ସାଥେ ଆଶା

ବଞ୍ଚିବାର କ୍ଷଣିକ ତୃଷ୍ଣା ନେଇ 

କ୍ଷଣୁ କ୍ଷଣ ସମ୍ପର୍କ ତୁଟେଇବାର 

ଫୁଙ୍ଗୁଳା ଦେହରେ ଜାମା 

ହୁଗୁଳା ହୋଇ ରଙ୍ଗ ଅବିର 

ନଗ୍ନ ଦେହ ଭଗ୍ନ ସ୍ତୁପ 

କୋଣାର୍କ ମନ୍ଦିର ନିର୍ମାଣ ପାଇଁ 

ଖୋଜୁଛି ଶିଳ୍ପୀ ହୁଗୁଳା ଦେହ 

କଳାର ବାସ୍ନା ଗଢିବା 

ଏ ସଂସାରେ ପ୍ରସ୍ତରକୁ ନେଇ। 


ସମ୍ପର୍କ ସମ୍ପର୍କ ସମ୍ପର୍କ

ଫିକା ଫିକା ରଙ୍ଗ ଅବିର 

ଆଶା ଇନ୍ଦ୍ରଧନୁ ହୋଇ 

ସାତରଙ୍ଗ ଗଗନେ ମିଶାଇ।


Rate this content
Log in

Similar oriya poem from Romance