ମଳ
ମଳ
ଜଳଖିଆ ସାଥେ ତରକାରୀ ଅର୍ଣ୍ଣ,
ନାନା ଖାଦ୍ୟରେ ଯେ ଉଦର ତ ପୂର୍ଣ୍ଣ ।
ଭୋଜନ ହୋଇଲେ ଉତ୍ତମରେ ଜୀର୍ଣ୍ଣ,
ମଳର ରଙ୍ଗଟି ହୁଏ ପିତ ବର୍ଣ୍ଣ ।୧।
ପାଚନ କ୍ରିୟାଟି ହୋଇଲେ ବିପର୍ଣ୍ଣ,
ମୁଖ ମଣ୍ଡଳଯେ ହୋଇବ ବିବର୍ଣ୍ଣ ।
ନିରନ୍ତର ବାୟୁ ଗାଉଥିବ ଗୀତ
ସୁକ୍ଷ୍ମ ମଳ କଣା ହୁଏ ଯେ ନିର୍ଗତ ।୨।
ପେଟ କଟା ଦେଇ ମାରେ ପିଚକାରୀ,
କୁନ୍ଥର ଶବ୍ଦରେ ମହି ଯାଏ ଥରି ।
ଲାଜ ଲଜ୍ୟା ସବୁ ହୃଦୟରୁ ହାରେ,
ପିନ୍ଧା ଲୁଗାରେ ତ ମଳ ତ୍ୟାଗକରେ ।୩।
ଲଙ୍କାର ମଞ୍ଜି ଓ ମଟରର ଭାଳି,
ହସଇ ଶାଗ ଏଠି ଦିଶଇ ହାଳି ।
ଖଣ୍ଡ ବିଖଣ୍ଡିତ କାଠୁଆ ନେଣ୍ଡ,
ତାର ସୁଗନ୍ଧେ ମହକେ ବ୍ରହ୍ମାଣ୍ଡ ।୪।
ମଳ ସଂଗେ ଯେବେ ପଡ଼େ ରକ୍ତ ନାଳ
ଶୋଷି ନିଏ ସବୁ ଶରୀରର ବଳ ।
କଳା ଯେବେ ଦିଶେ। ମଣିଷର ମଳ,
ବୁଝିଯିବ ଭାଇ ବୁଡ଼ିଲା ତା ବେଳ ।୫।
ମଳରେ ମଳ ତୋର ଅଜବ ଖେଳ,
ବହିଯାଉ ଥାଉ ପଡ଼ିଲେ ତ ଜଳ ।
କେବେ କଠିନ କେବେ ଅର୍ଦ୍ଧ ତରଳ
ଅସମ୍ବାଳ କରୁ ନଛୁଇଁଲେ ସ୍ଥଳ ।୬।