Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Abstract Classics Inspirational

3  

Lokanath Rath

Abstract Classics Inspirational

ମହିଳା

ମହିଳା

2 mins
222



"ମହିଳା "ଶବ୍ଦ ଏକ ସତ୍ୟର ପ୍ରତୀକ ,

ସେ ତ ସୁନ୍ଦର ସରଳ ଏ ସମାଜର ଟେକ .


ମ' ଅକ୍ଷର କହେ ସେ ମାତୃରୂପିଣୀ ,

ଜନ୍ମଦାତ୍ରୀ କରୁଣାମୟୀ ଶ୍ରାଦ୍ଧାରୂପିଣୀ .


ମହିୟସୀ ରୂପେ ଜଗତେ ସେ ପ୍ରତିଷ୍ଠିତା,

ମାର୍ଗଦର୍ଶୀନି ରୂପେ ହୁଏ ସର୍ବ ବନ୍ଦିତା .


ମୂର୍ତ୍ତିମନ୍ତା ଦିବ୍ୟରୂପା ଜଗତ ଉଦ୍ଧାର କାରିଣୀ ,

ତାରିଣୀ ସ୍ନେହମୟୀ ସହିସ୍ନୁ ସେ ଦୁଃଖ ହାରିଣୀ .


ଏହିପରି ଅନେକ ରୂପ ତାର ସେ ଜଗତ ଜିତା ,

ବର୍ଣ୍ଣିଲେ ହେବ ନାହିଁ ଅନ୍ତ ରଚିଛି ଏ ବିଧାତା .


ହି' ଅକ୍ଷରରେ ସେ ହୀରକର ସମ ,

ଉଜ୍ଜ୍ଵଳା ସେ ଆଲୋକର ରଶ୍ମି ପରି ସର୍ବୋତ୍ତମ .


ହୀରକର ସ୍ପର୍ଶରେ ଦୂର ହୁଏ ଅନେକ କ୍ଳେଶ ,

ସେ ହୀରକର ଦୁଃଉପୟୋଗ କରି ପ୍ରାଣୀ କରେ ନିଜ ସର୍ବନାଶ .


ହୀରକ ସେ ଯେ ଅଟେ ଏକ ଅମୁଲ୍ୟ ରତ୍ନ ,

ସୁନ୍ଦର ସମାଜର ହୁଏ ଉତ୍ଥାନ ନେଲେ ତାର ଯତ୍ନ.


 ସୌନ୍ଦର୍ଯ୍ୟ ବଢାଏ ତାକୁ କଲେ ମଥାରେ ଶୋଭିତ ,

ଅପଦସ୍ତ ଅନାଦର କଲେ ହୁଏ ମନୁଷ୍ୟ ଜୀବନ ଅଭିଶକ୍ତ .


ହୀରକ ସମ ଜନ୍ମ ତାର ବହୁ ଚାପ ଓ ଯନ୍ତ୍ରଣା ମଧ୍ୟରୁ ,

ସେଥିପାଇଁ ସେ ସର୍ବଂସହା ଉଦ୍ଧରେ ସଭିଙ୍କୁ ଦୁଃଖ ଯନ୍ତ୍ରଣାରୁ .


ଳା ' ଅକ୍ଷରରେ ସେ ଲାଳନ କରେ ସଭିଙ୍କୁ ଜଗତେ ,

କେବେ ମାତା କେବେ ଭଗ୍ନୀ କେବେ ଅର୍ଦ୍ଧାଙ୍ଗିନୀ ରୂପେ .


ଲଳନା ରୂପେ ଜନ୍ମ ନେଇ ହୁଏ ପିତା ମାତା ପ୍ରିୟ ,

ବାଲ୍ୟ ,କିଶୋରୀ କାଳେ କରେ ଦୁନିଆଟା ଆନନ୍ଦେ ହାସ୍ୟମୟ .


ଯୌବନରେ ପିତାଲୟ ଛାଡି ଲାସ୍ୟମୟୀ ଯାଏ ପତି ଗୃହ ,

ତ୍ୟାଗି ସେ ପିତୃ କୁଳ ସୁଖ ଆନନ୍ଦ ର ମୋହ .


ଲଜ୍ଜ୍ୟାର ଦେବୀ ସେ ରକ୍ଷାକରେ ଦୁଇ କୁଳ ,

ତା କାରଣେ ସୁନାର ସଂସାର ହୁଏ ଉଜ୍ଜ୍ୱଳ .


ଅନେକ ରୂପରେ ସେ ବିଦ୍ୟମାନ ଏ ସଂସାରେ ,

ସୃଷ୍ଟି ରଚୟିତା ପୂଜିତା ସେ ଆଦିମାତା ରୂପରେ .


ମହିଳାଙ୍କ ମିଥ୍ୟା ସ୍ତୁତି ଗାନ ଯଦି କେହି କରେ ,

କେବେ ନା କେବେ ସେ ମିଥ୍ୟା ଉଜାଗର ହୁଏ ଦୁନିଆରେ .


ଯଦି କିଛି ପ୍ରକୃତ ସତ୍ୟ ଥିଲା ,ଅଛି ଓ ରହିବ ,

ଯୁଗେ ଯୁଗେ ସେ ଵୀରାଂଗନାର ମର୍ଯ୍ୟାଦା ପାଇବ .


ଆଜିର ସମାଜ କଳଙ୍କିତ ନାରୀ ନିର୍ଯାତନାରେ ,

ଚେତନାକୁ ଜାଗି ସଭି ନାସିବା ଏ କଳଙ୍କ ଏକତ୍ର ହୋଇରେ .


ତ୍ୟାଗିଲେ ମିଥ୍ୟା ଗର୍ବ,ଅହଙ୍କାର ଓ ଆଡମ୍ବର ,

ସମାନତାର ମର୍ଯ୍ୟାଦା ଦେଇ ସାକ୍ଷୀ ହେବା ନାରୀ ଜାଗରଣର .


ମହିଳା ଦିବସ ପାଳନ ନୁହେଁ କିଛି ଶବ୍ଦ ବାକ୍ୟର ,

ଜାଗ୍ରତ କରି ସୁପ୍ତ ଚେତନାକୁ ସମ୍ମାନିତ କର ମହିଳାଙ୍କର .


ବାଦ ବିବାଦ ଦ୍ଵନ୍ଦ ପ୍ରତିଦ୍ୱନ୍ଦ ଭୁଲି ,

ମାନ ଅଭିମାନର ରାସ୍ତା ଠେଲି ,

ନୂତନ ସମାଜର ଉତ୍ଥାନ ଓ ପ୍ରତିଷ୍ଠା ପାଇଁ ,

ଭାଗିଦାର ହେବା ଉଦ୍ଧରି ମହିଳାଙ୍କୁ ଉଚିତ ସମ୍ମାନ ଦେଇ ,

ତେବେ ହେବ ମହିଳା ନାମ ତ ସାର୍ଥକ ,

ବଢିବ ଏ ଦେଶ ଓ ଦୁନିଆରେ ମର୍ଯ୍ୟାଦା ,ରହିବ ଟେକ .


ମହିଳାଙ୍କ ସମ୍ମାନାର୍ଥେ ହୁଏ ତର୍କ ବିତର୍କ ଭେଳିକି ଭେଳି ,

କେହି ପୁଣି ଆସ୍ଥାର ଦ୍ୱାହି ଦେଇ ଛାଡ଼ନ୍ତି ବୋବାଳି ,

ଏ ସବୁ କିଛି ଦେଖି ନ ହୋଇ ଚିନ୍ତିତ ବିବ୍ରତ ,

ପ୍ରକୃତ କର୍ମ ପଥେ ହେଲେ କାର୍ଯ୍ୟରତ ,

ଆସିବ ଏ ସମାଜେ ପରିବର୍ତ୍ତନର ନୂତନ କ୍ରାନ୍ତି ,

ଦୂର ହେବ ସ୍ୱାର୍ଥପର ବ୍ୟକ୍ତିଙ୍କର ଚୈତନ୍ୟରୁ ଭ୍ରାନ୍ତି .



Rate this content
Log in

Similar oriya poem from Abstract