Suresh chandra Padhy

Fantasy

3  

Suresh chandra Padhy

Fantasy

ମହାବିଷୁବ ସଂକ୍ରାନ୍ତି

ମହାବିଷୁବ ସଂକ୍ରାନ୍ତି

1 min
208



ମନ୍ଦିର ଦେଖ କି ଶୋଭା ପାଏ

    ଆସିଛି ପଣା ସଂକ୍ରାନ୍ତି

ହାତେ ମନ୍ଦାର ନାଲି ସିନ୍ଦୁର

    ଧରି ସଭିଏଁ ଯାଆନ୍ତି

ମାଙ୍କ ରୂପ କେଡେ ସୁନ୍ଦର ଲାଗେ

  କେତେ ରୂପେ ଆସନ୍ତି ଭକ୍ତ ଆଗେ

ମା ମଙ୍ଗଳାଙ୍କ ଝାମୁ ଯାତ୍ରା ଆସ ଦେଖିବା

 ନିଆଁରେ ଭକ୍ତ ଚାଲନ୍ତି ମାଙ୍କ ଗୁଣ ଗାଇବା

ଦଣ୍ଡ ଯାତ ଆସ ନୟନେ ଦେଖିବା

ମେରୁ ଯାତ୍ରାରେ ମା କାଳୀଙ୍କ

ଦର୍ଶନ ପାଇବା

ବୀର ହନୁମାନଙ୍କ ଜନ୍ମରେ ଆସ

ପୂଜା କରିବା

ରାମ ନାମ ଗାଇ ଅଞ୍ଜନା ସୁତଙ୍କ କୃପା ଲଭିବା

ପଣା ସଂକ୍ରାନ୍ତି ଆସ ପଣାକୁ ଭୋଗ ଲଗାଇବା

ନିଜେ ପିଇ ସଭିଙ୍କୁ ପିଆଇ ଗ୍ରୀଷ୍ମରୁ ରକ୍ଷା ପାଇବା

ଓଡ଼ିଆ ନବ ବର୍ଷ ଏହି ଦିନରେ ହୁଏ

କେବେ ଭୁଲିବା ନାହିଁ

ଆମେ ଓଡ଼ିଆ ଆମ ଭାଷା ବଢିଆ ସର୍ବେ ଜାଣିବା ଭାଇ

ଆସ ନୂଆଁ ପାଞ୍ଜି ପାଠ ଆମେ କରିବା 

ନୁଆଁ ବର୍ଷର ନୁଆଁ ଦିନ ଶୁଭରେ ଯାଉ ଗୁହାରି କରିବା

ଆମ ଓଡ଼ିଶାର ଧର୍ମ ସଂସ୍କୃତି ନିଆରା

ଭୁଲିବା ନାହିଁ

ପ୍ରଭୁ ଜଗନ୍ନାଥ ଆମ ଠାକୁର ଏଇ ଆମ ଉତ୍କଳ ଭୂଇଁ ।



Rate this content
Log in

Similar oriya poem from Fantasy