STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

କବିତାରେ

କବିତାରେ

1 min
467


ପୁନେଇଁ ଆକାଶୀ ଜହ୍ନ ହସି କହେ ।

କଇଁ କାନେ ଚୁପି ଚୁପି ।

ଶରତ ସକାଳ ପାହି ପାହି ଆସେ।

ରାତି ତ ଅଳପ ବାକି ।।


ଶୀତେଇ ରାତିଟା ବିଥେଇ ହେଉଛି ।

ତମଷା ଯାଉଛି ଘେରି ।

ଚାଲିବାକୁ ଆଉ ବାଟ ଦିଶୁ ନାହିଁ ।

ପ୍ରିୟା କଥା ଝୁରି ଝୁରି ।।


ହୃଦୟେ ମେଞ୍ଚାଏ କୋହ ଧରି କେବେ ।

ମୋହ ଭଙ୍ଗ ହୁଅ ନାହିଁ ।

ପ୍ରେମ ହିଁ ପବିତ୍ର ଶୁଦ୍ଧ ପୂତ ନିତ୍ଯ ।

ରଖ ହୃଦେ ସ୍ଥାନ ଦେଇ ।।


ପ୍ରିୟା ବୁଝିପାରେ ପ୍ରିୟତ୍ତମ କଥା ।

କଇଁ ବୁଝେ ଜହ୍ନ କଥା ।

ପ୍ରେମିକା ବୁଝଇ ପ୍ରେମିକ ମନର ।

ମନ ତଳ ନିରବତା ।।


ଭାବନାରେ ପ୍ରିୟା କଳ୍ପନା ନାୟିକା ।

ଅଜଣାରେ ଅନାମିକା ।

ଶବଦରେ ସିଏ ସ୍ପନ୍ଦନ ଟିଏ।

କବିର କାବ୍ଯ ନାୟିକା ।



Rate this content
Log in

Similar oriya poem from Romance