ସତକୁ ଦେଖୁଛୁ ପ୍ରଭୁ
ସତକୁ ଦେଖୁଛୁ ପ୍ରଭୁ
ସତକୁ ଦେଖୁଛୁ ପ୍ରଭୁ
ମିଛକୁ ଦେଖୁଛୁ
ନ୍ୟାୟ ଅନ୍ୟାୟକୁ ପୁଣି
ତୁହି ଗଢ଼ିଛୁ ।
କେଉଁ ନ୍ୟାୟ କେତେବେଳେ
ଅନ୍ୟାୟ ର ରୂପ ନିଏ
ଅନ୍ୟାୟୀ ଲୋକଙ୍କୁ କେବେ
ନ୍ୟାୟ ମିଳିଯାଏ ।
ତୁମ୍ଭ ପାଶେ ସବୁବେଳେ
ନ୍ୟାୟର ଭଣ୍ଡାର
ଅନ୍ୟାୟକୁ ନେଇ ପ୍ରଭୁ
ନ୍ୟାୟ ଦାନ କର ।
ସର୍ବଦା ଖୁସି ତୁମେ,
ମୁହଁ ରେ ତୁମ ହସ
ଖୁସି ଦେଉ ଅଛି ପ୍ରଭୁ ,
କୁହ କେଉଁ ରସ ।
ଦୁଃଖ ଦେଖି ହସ ପୁଣି
ସୁଖ ଦେଖି ହସ
କରିଦିଅ ପ୍ରଭୁ ତୁମେ
ଦୁଃଖ ସବୁ ହ୍ରାସ ।
