STORYMIRROR

N.sibashankar Reddy

Fantasy Others

3  

N.sibashankar Reddy

Fantasy Others

ପିଲାବେଳ ବେଦନା

ପିଲାବେଳ ବେଦନା

1 min
202


ଆଜି କାହିଁ ମନେ ପଡ଼େ ପିଲାବେଳ କଥା,

ଝୁରୁଛି ମରୁଛି ଆଜି ହୁଏ ହୃଦ ବ୍ୟଥା।


ସେ ପିଲାବେଳ ସ୍ମୃତି ଥିଲା ଯେ ବେଦନା,

ଆଜି ମନେ ଭାଳି ହେଲେ ଲାଗଇ ଯନ୍ତ୍ରଣା,

ଅମାନିଆ ମନ ମୋ ଭାବେ କେତେ କଥା,

ଆଜି କାହିଁ ମନେ ପଡ଼େ ପିଲାବେଳ କଥା।


ବାଲିଘରେ ଥିଲି ବର ସେ ଥିଲା କନିଆ,

କାହିଁ ଛାଡ଼ି ଚାଲିଗଲୁ ଆଜି ତୁ ଫେରିଆ।


ଭାଇ,ବନ୍ଧୁ,ବାପା,ମାଆ ମେଳେ ଖୁସିଥିଲା,

ଈର୍ଷା କରି ଭାଗ୍ୟ ପୁଣି ଖୁସିକୁ ଯେ ଜାଳିଲା,

ଦୂର ଗଗନେ ପକ୍ଷୀ ଉଡ଼ି ଛାଡ଼ି ଗଲା ଗାଥା,

ଝୁରୁଛି ମରୁଛି ଆଜି ହୁଏ ହୃଦ ବ୍ୟଥା।


ଭୁଲିଯାରେ ମନ ମୋହର ଅତୀତର କଥା,

ବର୍ତ୍ତମାନ ଜୀଇଁବି ମୁଁ ନ ଭାବି ଅନ୍ୟଥା।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy