ମାୟାମୃଗ ବଧ
ମାୟାମୃଗ ବଧ
ପ୍ରଭୁ ଶ୍ରୀରାମ ଯେ ପଞ୍ଚବଟିରେ
ଥିଲେ, ସୀତା ଓ ଲକ୍ଷ୍ମଣ ସଙ୍ଗରେ
ଏହି ସମୟରେ ଯେ ମାୟାମୃଗ
ଆସି ଦେଖାଦେଲା ହୋଇ ସୁରଙ୍ଗ
ସ୍ବର୍ଣ୍ଣ ମୃଗ ଦେଖି
ସତୀ ସୀତାଙ୍କ ମନ ଗଲା ଲାଖି ।
ସ୍ୱାମୀଙ୍କୁ କହନ୍ତି ମଧୁର ଗୀର
ଦେଖ ସୁନା ହରିଣ କୁ ହେ ବୀର
ଦେଖାଯାଉ ଅଛି କେଡେ ସୁନ୍ଦର
ଏହି ମୃଗ ଟିକୁ ଆଣ ସତ୍ୱର
ପ୍ରାଣ ପ୍ରିୟ ମୋର
ମନ ଅସ୍ଥିର ହେଉଅଛି ମୋର ।
ସୀତାଙ୍କ ବାକ୍ୟେ କୁହନ୍ତି ଶ୍ରୀରାମ
ପ୍ରାଣ ମିତଣି ହେ ମୋ କଥା ମାନ
ଅସୁର ଙ୍କର ଏ ଆବାସ ସ୍ଥଳୀ
ତାଙ୍କ ମାୟା କିଏ ପାରିବ କଳି
ହୋଇ ମାୟା ମୃଗ
ଆସି ବୁଲୁଥିବେ ଆମରି ଆଗ ।
ଜିଦି କରିଲେ ଜନକ ନନ୍ଦିନୀ
ଭୋ ନାଥ ଦିଅନ୍ତୁ ସୁନା ହରିଣୀ
କେବେ ମୁଁ ତୁମକୁ କିଛି ମାଗିନି
ଦୟାକରି ଶୁଣ ମୋର ଦୟିନୀ
ଶୁଣି ରଘୁବୀର
ଭାଇ ଲକ୍ଷ୍ମଣ ଙ୍କୁ ଜଗାଇ ଦ୍ୱାର ।
ଧନୁ ଧରି ଗଲେ ମୃଗପଛର
କିଛି ବାଟ ଗଲା ପରେ ବଣର
ମୃଗ ଡାକଦେଲା ତ୍ରାହି ଲକ୍ଷ୍ମଣ
ରକ୍ଷାକର ଭାଇ ଗଲା ମୋ ପ୍ରାଣ
ଶୁଣିଣ ବୈଦେହୀ
ଲକ୍ଷ୍ମଣଙ୍କୁ କହିଲେ ଯାଅ ତହିଁ ।
ଧନୁ ରେ ମୃଗ ମାରିଲେ ଶ୍ରୀରାମ
ମଲାବେଳେ ମୃଗ କହିଲା ନାମ
ମୋ ନାମ ମାରିଚ ପ୍ରଭୁ ଶ୍ରୀରାମ
ଆଦେଶ ଦେଇଥିଲା ଯେ ରାବଣ
ସ୍ୱର୍ଣ୍ଣ ମୃଗ ହୋଇ
ଆଶ୍ରମ ପାଖରେ ବୁଲିବା ପାଇଁ ।
ଆଜି ମୋ ଜୀବନ ହୋଇଲା ଧନ୍ୟ
ଚର୍ମ ଚକ୍ଷୁରେ ପାଇଲି ଦର୍ଶନ
ଏବେ ମୁଁ ଶାନ୍ତିରେ ପାରିବି ମରି
ଦୟା କର ପ୍ରଭୁ କୋଦଣ୍ଡ ଧାରୀ
କହି ମାୟାମୃଗ
ଶରୀର ତାହାର କରିଲା ତ୍ୟାଗ ।
