STORYMIRROR

Pratima Satpathy

Action

4  

Pratima Satpathy

Action

ମାୟାମୃଗ ବଧ

ମାୟାମୃଗ ବଧ

1 min
257

ପ୍ରଭୁ ଶ୍ରୀରାମ ଯେ ପଞ୍ଚବଟିରେ

ଥିଲେ, ସୀତା ଓ ଲକ୍ଷ୍ମଣ ସଙ୍ଗରେ

ଏହି ସମୟରେ ଯେ ମାୟାମୃଗ

ଆସି ଦେଖାଦେଲା ହୋଇ ସୁରଙ୍ଗ

   ସ୍ବର୍ଣ୍ଣ ମୃଗ ଦେଖି 

ସତୀ ସୀତାଙ୍କ ମନ ଗଲା ଲାଖି ।


ସ୍ୱାମୀଙ୍କୁ କହନ୍ତି ମଧୁର ଗୀର 

ଦେଖ ସୁନା ହରିଣ କୁ ହେ ବୀର

 ଦେଖାଯାଉ ଅଛି କେଡେ ସୁନ୍ଦର

ଏହି ମୃଗ ଟିକୁ ଆଣ ସତ୍ୱର

  ପ୍ରାଣ ପ୍ରିୟ ମୋର 

ମନ ଅସ୍ଥିର ହେଉଅଛି ମୋର ।


ସୀତାଙ୍କ ବାକ୍ୟେ କୁହନ୍ତି ଶ୍ରୀରାମ

ପ୍ରାଣ ମିତଣି ହେ ମୋ କଥା ମାନ

ଅସୁର ଙ୍କର ଏ ଆବାସ ସ୍ଥଳୀ

ତାଙ୍କ ମାୟା କିଏ ପାରିବ କଳି

   ହୋଇ ମାୟା ମୃଗ

ଆସି ବୁଲୁଥିବେ ଆମରି ଆଗ ।


ଜିଦି କରିଲେ ଜନକ ନନ୍ଦିନୀ

ଭୋ ନାଥ ଦିଅନ୍ତୁ ସୁନା ହରିଣୀ

କେବେ ମୁଁ ତୁମକୁ କିଛି ମାଗିନି

ଦୟାକରି ଶୁଣ ମୋର ଦୟିନୀ

   ଶୁଣି ରଘୁବୀର

ଭାଇ ଲକ୍ଷ୍ମଣ ଙ୍କୁ ଜଗାଇ ଦ୍ୱାର ।


ଧନୁ ଧରି ଗଲେ ମୃଗପଛର 

କିଛି ବାଟ ଗଲା ପରେ ବଣର

ମୃଗ ଡାକଦେଲା ତ୍ରାହି ଲକ୍ଷ୍ମଣ

ରକ୍ଷାକର ଭାଇ ଗଲା ମୋ ପ୍ରାଣ

  ଶୁଣିଣ ବୈଦେହୀ

ଲକ୍ଷ୍ମଣଙ୍କୁ କହିଲେ ଯାଅ ତହିଁ ।


ଧନୁ ରେ ମୃଗ ମାରିଲେ ଶ୍ରୀରାମ

ମଲାବେଳେ ମୃଗ କହିଲା ନାମ

ମୋ ନାମ ମାରିଚ ପ୍ରଭୁ ଶ୍ରୀରାମ 

ଆଦେଶ ଦେଇଥିଲା ଯେ ରାବଣ 

     ସ୍ୱର୍ଣ୍ଣ ମୃଗ ହୋଇ

ଆଶ୍ରମ ପାଖରେ ବୁଲିବା ପାଇଁ ।


ଆଜି ମୋ ଜୀବନ ହୋଇଲା ଧନ୍ୟ

ଚର୍ମ ଚକ୍ଷୁରେ ପାଇଲି ଦର୍ଶନ

ଏବେ ମୁଁ ଶାନ୍ତିରେ ପାରିବି ମରି

ଦୟା କର ପ୍ରଭୁ କୋଦଣ୍ଡ ଧାରୀ

   କହି ମାୟାମୃଗ

ଶରୀର ତାହାର କରିଲା ତ୍ୟାଗ ।


Rate this content
Log in

Similar oriya poem from Action