ମାୟାବୀ ଅନ୍ଧାର
ମାୟାବୀ ଅନ୍ଧାର
ବଡ ଅସମାହିତ ପ୍ରଶ୍ନ ଏଇ
ଅନ୍ଧାର ଓ ଆଲୁଅର ଖେଳ
କିଏ କୁହେ ଅନ୍ଧାର ତ
କିଏ କୁହେ ଆଲୁଅ ଟି ଭଲ I
ଆଲୁଅରେ ଦେଖାଯାଏ ସମଗ୍ର ପୃଥିବୀ
ଅନ୍ଧାରରେ ଆଖିବନ୍ଦ କଲେ
ଦେଖିହୁଏ ପ୍ରିୟତମ ଅନ୍ଧାରର ଛବି I
ସେଇଥି ପଇଁ ମୁଁ ବୋଧେ
ଅନ୍ଧାରକୁ ଏତେ ଭଲପାଏ
ଅନ୍ଧାରରେ ଆଖିବୁଜି
ନିଜ ଛବି ନିଜେ ଦେଖୁଥାଏ I
କେଉଁଦିନ ଅନ୍ଧାର ମୋ ପ୍ରିୟ ହେଲା
ମୋତେ ଜଣାନାହିଁ
ଦେଖୁନ କେମିତି ଅନ୍ଧାର ଟିକିଏ ପାଇଁ
ବୁଲି ବୁଲି ହାତ ପାତେ ମୁହିଁ I
ସେଥିପାଇଁ ଭିକ୍ଷାଥାଳ ହାତେ ମୁଁ ଧରିଛି
ଅନ୍ଧାର ଟିକିଏ ପାଇଁ
ଦ୍ୱାରେ ଦ୍ୱାରେ ଭିକ୍ଷା ମୁଁ ମାଗୁଛି,
ଅନ୍ଧାର ଟିକିଏ ଦିଅ ମୋ ଆଖିରେ
ମୁଁ ଆଜି ମୋ ଭିତରେ ନିଜକୁ ଖୋଜୁଛି I