Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ଜଣେ ମାଆଙ୍କ ସ୍ମୃତିରେ

ଜଣେ ମାଆଙ୍କ ସ୍ମୃତିରେ

1 min
223


ମାଆ ତୁମେ ଥିଲ ଆମ ସଭିଙ୍କ ଆଦର୍ଶର ପ୍ରତିମା,

ତୁମ ସ୍ନେହ ଶ୍ରଦ୍ଧା ଆମେ ଭୁଲି ପାରିବୁନି ଯାହାର ନାହିଁ ଉପମା..!!


ଅତି ଆଦରରେ ଡାକିଦେଲେ ଥରେ ମମତା ଝର ଝରିପଡେ,

ସ୍ନେହ ବୋଳା ସେ ଶାସନ ତୁମର ଦିନରାତି ମନେ ପଦେ..!!


ଅଦିନରେ କାଇଁ ଛାଡ଼ି ଚାଲିଗଲ ଭାବିଲେ ଲାଗୁଛି ଦୁଃଖ,

ଯେତେ ବିପଦରେ ଆମେ ରହିଥିଲେ ବି ତୁମେ ମନେ ଭରିଦିଅ ସୁଖ..!!


ହାତ ଛାଡ଼ି ଆମ ଦୂରେ ଚାଲିଗଲ କରି କେତେ ଅଭିମାନ,

ଝୁରି ଝୁରି ଆମ ଦିନ ସରିଯାଏ ସିନା ତଥାପି ବୁଝେନା ମନ..!!


ଭୁଲିପାରିବିନି ଜୀବନରେ କେବେ ତୁମ ସାଥେ କଟିଥିବା ଦିନ,

ଯେଉଁଠି ଥାଅ ଭଲରେ ଥାଆନ୍ତୁ ପ୍ରଭୁ ପାଶେ ଏତିକି ନିବେଦନ..!!


Rate this content
Log in