ଅସମାପିକା
ଅସମାପିକା
ତୁମେ ତ ଅସମାପିକା..!
କେମିତି ସ୍ୱୀକାର କରିବି ତୁମେ ମୋର ପରି ସମାପ୍ତି ବୋଲି,
କେମିତି ଅସ୍ବୀକାର କରିବି ତୁମେ ମୋର ଅସମାପ୍ତ ବୋଲି,
ଆଉ କେମିତି ପ୍ରତିପାଦନ କରିବି ତୁମେ ପ୍ରତିଶୃତି ବୋଲି,
ଆଉ କେମିତି ସ୍ୱୀକାର କରିବି ତୁମେ ମୋର ଅସମାପିକା,
କ୍ରିୟା, ଇତି ପରର ନାଁ'ବୋଲି..!
ତୁମେ ତ ଅସମାପ୍ତ ଆରମ୍ଭ..!
ସମାପ୍ତି ତ କେବଳ ଆରମ୍ଭରେ ହୋଇଥାଏ, ସ୍ୱତଃ ପ୍ରବୃତ୍ତ,
ଆଉ ଅସମାପ୍ତ ବୋଲି କେଉଁ ଦୁଇ ସାମନ୍ତର ସରଳ ରେଖା,
ଯାହାର ଆରମ୍ଭ ନାହିଁ କି ଅନ୍ତଃ ହିଁ ନାହିଁ, ଅସମ୍ଭବ ପରିତୃପ୍ତି,
ଅସଂଖ୍ୟ ବିନ୍ଦୁ ମାନଙ୍କର ଅଶେଷ ଯୋଗ,ବିୟୋଗ,ଶୂନ୍ୟତା, ଅସମ୍ପୂର୍ଣ୍ଣ ଆଶା,ଶେଷ ସମ୍ଭାବନା..!
ହଁ, ତୁମେ ଉପକ୍ରମଣିକା..!
ତୁମେ ତ ମୋର ଶେଷ ହୀନ ଦିଶା,ଆଉ ପରିବ୍ୟାପ୍ତ ପୃଥିବୀ,
ଅସୁମାରୀ ଆଶା ଓ ବିଶ୍ୱାସ ଯୋଗ୍ୟ ଆସ୍ଥା,ଅବଦମିତ ଅଭିପ୍ସା,
ଅନେକ ଭାବ ପ୍ରବଣତା ଓ ଅବଚେତନର ଶେଷ ପରିଭାଷା,
ଅନ୍ତଃହୀନ ଚେତନାର ନୀରବ ଅପେକ୍ଷା..!
ଉପସଂହାରରେ ତୁମେ ତ..,
ମୋ ଅନେକ ଆକାଂକ୍ଷାର ଯୁଗବତ ଆବେଗ, ଗଭୀର ଉତ୍ସାହ,
ଅନେକ କଳ୍ପନାର ଅନୁପମ ସଂଜ୍ଞା, ତୁମେ,ପରିଚିତ ଠିକଣା..!
କେମିତି କହିବି ତୁମେ ମୋ ଅସମାପ୍ତ ଇତି ବୋଲି,
ତୁମେ ତ, ପୂର୍ବାପର ଅସମାହିତ ପ୍ରୀତି..!!

