STORYMIRROR

Trushna Das

Abstract Tragedy Others

3  

Trushna Das

Abstract Tragedy Others

ବନ୍ଦୀ

ବନ୍ଦୀ

1 min
259

ମିଛ ପ୍ରେମ ଛଳନାରେ ଜଣକୁ ବନ୍ଦୀ କରି 

କଣ ହୋଇ ପାରିବ ତୁମେ ତା ମନର ସଥୀ

ଯେତେବେଳେ ସେ ଜାଣିବ ତୁମ ପ୍ରକୃତ ଛଳନା

ତୁମ ବିଶ୍ୱାସଘାତରେ ଯାଇ ଭାଙ୍ଗି କରିବ ତୁମକୁ ଘୃଣା। 


ସେତେବେଳକୁ ହୋଇ ଯାଇଥିବ ସେ ତୁମ ସହ ସମ୍ପର୍କରେ ବାନ୍ଧି 

ଲାଗିବ ସେ ସମ୍ପର୍କ ବନ୍ଦୀ ପରି

ଚାହିଁବ ମୁକ୍ତ ହେବା ପାଇଁ 

ଭଲ ପାଇବାର ଆଉ ସେ ଭାବନା ନ ଥିବ ତା ମନେ ତୁମ ପାଇଁ।। 


ସମ୍ପର୍କର ସେଇ ବନ୍ଦୀରେ 

ଜଳୁଥିବ ସେ ସବୁବେଳେ 

ତାକୁ ଲାଗିବ ତୁମ ଘର ଜେଲ ପରି ଯେ

ତୁମ ସାଥୀ ହୋଇ ମଧ୍ୟ ରହିବ ପର ହୋଇ ତୁମ ସାଥେ।। 


କାହିଁକି ତୁମେ କରିବ ବନ୍ଦୀ 

ଜଣକୁ ଛଳନା କରି

ତାର ମନ ମଧ୍ୟ ପରା ମକ୍ତ ଆକାଶର ପକ୍ଷୀ 

ତୁମ ଛଳନା ପିଞ୍ଜରାରେ ସେ ସମୟ କାଟିବ ସବୁବେଳେ କାନ୍ଦି।। 


ତେଣୁ ଛଳନାରେ ନ କରି କାହାରିକୁ ବନ୍ଦୀ 

ତାକୁ କଲେ ପ୍ରେମ ମନ ଦେଇ

ହୋଇବ ସେ ତୁମର ସବୁଦିନ ପାଇଁ 

ତୁମ ଦୁହିଁଙ୍କ ଜୀବନେ ଖେଳି ଯିବ ପ୍ରେମର ଲହରୀ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract