ବଳତ୍କାର
ବଳତ୍କାର


ଦିନୁଦିନ ବଳତ୍କାର ସମାଜେ ବଢୁଛି
ନୀରିହ ଜୀବନ କେତେ ଦୁଃଖରେ ଷଢୁଛି ।
"ଛବିରାଣୀ' 'ଅଞ୍ଜନା' ଠୁ ଏବେ ପୁଣି 'ପରୀ'
ନୀର୍ଦୟ ପିଶାଚ ଦେଲେ ହୃଦୟ ବିଦାରି ।
ମଣିଷ ହୋଇ କେମିତି ସାଜନ୍ତି ରାକ୍ଷସ
ବଳତ୍କାର କରିବାକୁ କରନ୍ତି ସାହସ !
ନିଜ ଝିଅ ବୋହୂ କଥା ପାଶୋରି ପକାନ୍ତି
ଅବଳା ଦୁର୍ବଳା ଦେଖି 
; ଇଜ୍ଜତ ଲୁଟନ୍ତି ।
ମାନ ଅପମାନ ପାଇଁ ନଥାଏ ତ ଡର
ତାଙ୍କ ଯୋଗୁ ଘର କେତେ ହୁଏ ନାରଖାର ।
ଆଈନର ଗଳା ବାଟ ହୁଏ ତାଙ୍କୁ ସାହା
ମୁକୁଳିବା ପାଇଁ ତାଙ୍କୁ ମିଳିଯାଏ ରାହା ।
କଠିନ ଦଣ୍ଡରେ ତାଙ୍କୁ ନକଲେ ଦଣ୍ଡିତ
ଦିନୁଦିନ ବଳତ୍କାରୀ ହୋଇବେ ଉଦ୍ଧତ ।