STORYMIRROR

Banasmita Panda

Abstract Tragedy Inspirational

3  

Banasmita Panda

Abstract Tragedy Inspirational

ମନୁଷ୍ୟ ପ୍ରକୃତି

ମନୁଷ୍ୟ ପ୍ରକୃତି

1 min
235


ଯାହା ବର୍ଣନା କରି ହୂଏ

ସେ ସୁନ୍ଦରତା କିପରି

ଯାହାର ପୁର୍ଣତା ଅଛି

ସେ ପ୍ରେମ କିପରି

ଯାହାର ପରିସମାପ୍ତି ଅଛି

ସେ ଦୁଃଖ କିପରି

ଯାହା ସହଜେ ପ୍ରାପ୍ତ

ସେ ଅଭିଳାଷ କିପରି

ଯାହା ପ୍ରାପ୍ତି ଅତୃପ୍ତ

ସେ ଆଶୀର୍ବାଦ କିପରି

ଯାହାର ସମାପ୍ତି ଅଛି

ସେ ମମତା କିପରି

ଯାହା ଦେଇକି ଅସମର୍ଥ

ସେ ଅଭିଶାପ କିପରି

ଯାହା ମିଠା କଷ୍ଟ ଦିଏନି

ସେ ଅପେକ୍ଷା କିପରି

ଯାହା ଅଭିମାନ ଦିଏନି

ସେ ବନ୍ଧୁତ୍ୱ କିପରି

ଯାହା ନିଶା ଦିଏନି

ସେ ସୋମରସ କିପରି

ଯାହାକୁ ଛୁଇଁ ହୂଏ

ସେ ଜହ୍ନ କିପରି

ଯାହା ବିକ୍ରି ହୋଇଗଲା

ସେ ବିଶ୍ୱାସ କିପରି

ଯିଏ ମରିଗଲା

ସେ ଆତ୍ମା ସମ୍ମାନ କିପରି

ଯିଏ ଦୁଃଖ ନ ପାଏ

ସେ ଭକ୍ତ କିପରି

ଯାହା ଉଚିତ ବେଳାରେ ନ ମିଳେ

ସେ ସାହାଯ୍ୟ କିପରି

ଯେ ମନର ଆଇନା ରେ

ବିଶ୍ୱାସର ଦୃଢ଼ତାରେ ଦେଖା ନ ଦିଏ

ସେ ଈଶ୍ୱର କିପରି

ଯେ ତୋଫାନ ର ଆଗମନ ରେ ନଇଁ ପଡିଲା

ସେ ମନୁଷ୍ୟ କିପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract