STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ସମୟ...

ସମୟ...

1 min
185


ହେ ସମୟ.., 


ତୁ ଚଳତ ମାନ, ବେଗ ବାନ, 


ତୁମର ତ,ଅନେକ ନାଁ, 


ତୁ ଗତିମାନ,ପୁଣି ଶକ୍ତିମାନ, 


ନିରବଧି, ଇତ୍ୟାଦି,ଇତ୍ୟାଦି..!


ସବୁ ବେଳେ ଆଗକୁ ଯିବାକୁ ଚାହୁଁ ତ, 


ତୁ ଚଳତ ଶକ୍ତି, ଚରୈବତୀ, ଆଉ.. 


ମୁଁ ରହିଯାଏ ବହୁତ ପଛକୁ..,


ନାଁ ମୋର, ଅବଧି..! ନେତି ନେତି..!


ଆଗକୁ ଆଗେଇବା ତ ଧର୍ମ, 


ନିରାଟ ସତ୍ୟ, ନିହାତି ବାସ୍ତବ, 


ତୁ ଗତିମାନ, ସର୍ବମାନ୍ୟ, ହେଲେ ବି, 


ତୁ ଅସ୍ଥିର.., ମନ ହୀନ, ଅମନ..!


ଆଉ ମୁଁ..,ସୀମା ନାହିଁ, ଅସୀମ, 


ଶୂନ୍ୟ ନିରନ୍ତର, ଗତି ନାହିଁ,ନିରବ୍ଧ ପ୍ରକାଶ, 


ନିଶୁନ ଆକାଶ, ଥାଏ ଅଚଞ୍ଚଳ ସ୍ଥିତି, 


ତଥାପି, ମୁଁ ସ୍ଥିର..କିଂତୁ, ମୋ ଅସ୍ତିତ୍ୱ, 


ମୁଁ ଯେ ଅପୂର୍ଣ୍ଣ, ଅସମ୍ପୂର୍ଣ୍ଣ ଅବସାଦ ବୋଧ, 


ସେଇଥିପାଇଁ ମୁଁ ଅପ୍ରକାଶ୍ୟ,ସ୍ଥବିର..!


ପଛରେ ରହି ଯିବାଟା ବୋଧେ 


ମୋର ଅଭ୍ୟାସ, ନିରନ୍ତର, ନିଃଶ୍ଚଳ..!


ଚିରା ଚରିତ, ଅବଶୋଷ, ଅବସାଦ ଗ୍ରସ୍ତ, .


ସେଇଟା ହୁଏ ତ ମୋ କର୍ମ ଫଳ., 


ତୁ ସବୁବେଳେ କ୍ଷିପ୍ର ବୋଲି ତ, ତୁ ଜିତୁ, 


ମୁଁ ହାରେ, ତୁ ଅପରାଜେୟ, ଆଉ ମୁଁ..


ପଛରେ ରହିଯାଏ, ମୁଁ ପୂର୍ଣ୍ଣ ପରାଜିତ..! 


ହାରିବା ଓ ଜିତିବା ଭିତରେ ଏ ଯେଉଁ, 


ସମ୍ୟକ ବ୍ୟବଧାନ, ସ୍ତୁଳ ଓ ସୁକ୍ଷ୍ମର 


ଅସାମାନ୍ୟ ଅନ୍ତର, ଦୁଇ ସମାନ୍ତର 


ସରଳ ରେଖାର ଆପେକ୍ଷିକ ଦୂରତା,


ଅସାମଞ୍ଜସ୍ୟ, ଅବିନାଶୀ ସଂଯୋଗ, 


ସେଇଟା କଣ ଆମ ହଜୁ ଥୁବା ସେତୁବନ୍ଧ..? 


ନାଁ, ତୋ ମୋ ଭିତରେ ଗଢି ଉଠୁଥିବା 


କେଉଁ ଅଜଣା ଅସମାହିତ ସମ୍ପର୍କ..? 


ନାଁ ସମୟର ଅନ୍ତଃସ୍ରୋତରେ 


କେଉଁ ଅସମ୍ପୂର୍ଣ୍ଣ ନିର୍ବିକଳ୍ପ ସଂକଳ୍ପ..!!


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract