STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ପ୍ରେମ-ବିରହର ପ୍ରତିଶବ୍ଦ .

ପ୍ରେମ-ବିରହର ପ୍ରତିଶବ୍ଦ .

1 min
330

କେମିତି କହିବି ତୁମେ ମୋ ଅବ୍ୟକ୍ତ ପୃଥିବୀ 


ବ୍ୟଥିତ ଆତ୍ମାର ଅଦୃଶ୍ୟ ଡୋର, 


କେମିତି କହିବି ତୁମେ ମୋ ଅସ୍ପଷ୍ଟ ଜାହ୍ନବୀ, 


ମଧୁର ତୃପ୍ତିର ଜୀବନ ମୋଡ଼, 


କେମିତି ଡୋରିରେ ବନ୍ଧା ଯେ,ମୋ ଜୀବନ, 


ଅଡୁଆ ସୁତାର ଅସ୍ପୃଶ୍ୟ ବନ୍ଧନ,


ମୋ ଦେହର ନିଶିଥ ଦ୍ବୀପର ପୂର୍ଣ୍ଣ ଆବରଣ, 


ଅସହିଷ୍ଣୁ ପୀଡାର ସମ୍ମିଳିତ ସମ୍ମୋହନ ||


ତୁମେ ତ ଅଦିନ ମେଘ, ତୁମେ ଝଡର ସ୍ପନ୍ଦନ, 


ଶୂନ୍ୟ ସଂତାପ ମୋ ସତ୍ତା, 


ମୋ ନିଃଶ୍ଚଳ ମନ, ତୁମେ ମୋ ବଦ୍ଧ ବନ୍ଧନ,


ଚାରିଆଡେ ଆବଦ୍ଧ ନୀରବତା, 


ତୁମେ ମୋ ନିର୍ବିଘ୍ନ ବସଂତ,ମୁଁ ଆକଣ୍ଠ ଅମୃତ, 


ଅନ୍ତଃସ୍ଥ ଉର୍ଦ୍ଧ ଦର୍ପଣ ଅତୃପ୍ତ ଅସ୍ତିତ୍ୱ, 


ବାନ୍ଧି ନିଅ କେଉଁ ଅଦୃଶ୍ୟ ଅଡୁଆ ଖିଅରେ ଯେ, 


ନିସ୍ତରି ଯିବକି ମହାକାଳ ଭୟ ||


ତୁମେ ମୋ ନୀରବ ବାସ୍ତବତା, ସ୍ତବ୍ଧ ଅପହଞ୍ଚ, 


ମୁଁ ବୁଭୁକ୍ଷୁର ଗହନ ଆର୍ତ୍ତନାଦ, 


ମୋ ଦେହରେ ଯେ ଉତ୍ତପ୍ତ ବାଲୁକାର ଶଯ୍ୟା, 


ତୁମେ ମୋ ବିସ୍ମୃତ ମଳୟ, 


ଶୁଷ୍କ ମରୁଭୂମି ତଟରେ ମୋ ଅସ୍ପଷ୍ଟ ପଦଚିହ୍ନ


ସବୁ ଲାଗେ ନିରବ୍ଧ କଣ୍ଟକିତ, 


ତୁମେ ଯେବେ ଅର୍ଦ୍ଧ ବିରାମ, ମୁଁ ଆତଙ୍କିତ 


ମୁଁ ନିଃସଙ୍ଗ ଅବିରାମ ପୂର୍ଣ୍ଣଚ୍ଛେଦ ||


ସେ ପୂର୍ଣ୍ଣ ବିରାମରେ ପ୍ରତିଛବିଟିଏ ଆଙ୍କି ଦେ, 


ମୁଁ ସ୍ବପ୍ନ ପ୍ରତିବିମ୍ବଟିଏ ବନିବି |


ସେ ଅର୍ଦ୍ଧ ବିରାମରେ ପ୍ରତିଶୃତିଟିଏ ବନିଲେ, 


ମୁଁ ପ୍ରେମ ପ୍ରତିଶବ୍ଦଟିଏ ଗଢିବି ||


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract