ଶ୍ୟାମଳୀ କନ୍ୟା
ଶ୍ୟାମଳୀ କନ୍ୟା
ଶ୍ୟାମଳୀ କୋମଳୀ ନାରୀ ରୂପ ବାଳୀ
ସ୍ନେହେ କରେ ପରିଷିକ୍ତ
ତମିସ୍ରା ଗଭାକୁ ଯେହ୍ନେ ତାରା ଗୁଚ୍ଛ
ଗରବ କରିଛି ତେକ୍ତ ।
ମଧୁ ଯାମିିନୀରେ ମଧୁ ଝରା ହସ
ତା ଓଠେ କରିଛି ବାସ
କଜ୍ଜଳ ନୟନ ମୁୁୁକୁତା ଯେସନ
ଶୋଷୀକୁ କରାଏ ତୋଷ ।
ଘନ କୃଷ୍ଣ ବେଣୀ ଲେଖଇ କାହାଣୀ
କୋଟି ସିନ୍ଧୁ ଖେଳେ ଦୋଳି
କଟି ବେଳାଭୂମି ଯାଉ ଥାଏ ଚୁମ୍ବି
ମୁଗ୍ଧେ ନାଚେ ସତେ ହେଳି ।
ଇନ୍ଦ୍ରଧନୁ ଆଙ୍କି ଭ୍ରୁଲତା ଭ୍ରୁଭଙ୍ଗିି
କୃଷ୍ଣା ରୂୂପ ସଙ୍ଗେ ସ୍ପର୍ଦ୍ଧୀ
ମନ ଗଙ୍ଗାଜଳ ରହିଲେ ନିର୍ମଳ
ଶାମୁକାରେ ମୁକ୍ତା ବନ୍ଦୀ ।
କଳା ବଉଦର ଫାଙ୍କରୁ ଯେସନେ
ଚପଳା ଚମକ ଦୃଶ୍ୟ
ସେହି ରୂପେ ତାର କ୍ରୋଧ ହୃଦୟରୁ
ଝରେ ପ୍ରୀତି ପୂର୍ଣ୍ଣ ହାସ୍ୟ ।
ତନୁ ରଙ୍ଗ ସିନା କୃଷ୍ଣକାୟ ବର୍ଣ୍ଣ
ମମତା ହୃଦୟେ ଭରା
ସେହି ମାତା ଜାୟା ଦୁୁଃଖେ ସୁୁୁଖେ ଛାୟା
ରୂପ ତା ନହେଉ ତୋରା ।
ଶ୍ୟାମଳ ବର୍ଣ୍ଣରୁ ଭୀମା ଦୁର୍ଗା ସୃଷ୍ଟି
ଓତପ୍ରୋତ ଜଗ ଜନ
ଘୃଣିତ ନହେଉ ସଂସାର ପଥ ରେ
କଳା କନ୍ୟା ରତ୍ନ ସମ ।