ସ୍ବପ୍ନ ନାୟିକା ମିତାଶ୍ରୀ
ସ୍ବପ୍ନ ନାୟିକା ମିତାଶ୍ରୀ
ଆଶାର ପୁରବୀ
ପ୍ରୀତିର ବଲ୍ଳଭି
ପ୍ରେମର ଚଉହଦି ଟିଏ
ପ୍ରୀତିର ସୂତା ଖିଅରେ
ଗଢି ଉଠିଥିବା ତୁମ ଆମ
ନାମ ବିହୀନ ସମ୍ପର୍କଟିଏ.....।
ଜାଣେନା ,ଏଇ ଆମ ସମ୍ପର୍କକୁ
କେଉଁ ଆକାରରେ ମୁଁ ଯେ
ସଂଜ୍ଞା ଦେଇ ଧାର୍ଯ୍ୟ କରିବି
ମୁଁ ତ୍ ଗୋଟେ ଅପଦାର୍ଥ
ହୃଦୟହୀନ ବ୍ୟକ୍ତିଟିଏ
ମୁଁ କିବା ୟାର ପରିଭାଷାକୁ ବୁଝିପାରିବି.....।
ସତରେ,କ'ଣ ଏଇ ପ୍ରେମ
କାହାରିକୁ ଦେଖାଯାଉନି ?
ନା ଦେଖି ପୁଣି ଅଣଦେଖା କରାହେଉଛି
ବୋଧହୁଏ ପ୍ରେମର ଅସ୍ତିତ୍ବ ହିଁ ନାହିଁ
ସେଇ ଭଞ୍ଜ, ମାନସିଂହ ସାହିତ୍ୟେ ହିଁ
ପ୍ରେମ ଯେ କେବଳ ଜୀବିତ ଅଛି....।
ଏଇତ ଦୁନିଆଁ ରୀତି
ଯେତେ ଚେଷ୍ଟା କରି ମଣିଷର ଏଠି
ପତନ ଘଟଇ ନିତି
ସ୍ୱାର୍ଥପର ଏଠି ଅଜୟ ହେଇ କି
ଚଉଦିଗେ ଫୁଲାଏ ଛାତି
ସାଧାରଣ ମଣିଷ ବଶ୍ୟତା ସ୍ୱୀକାରେ
ତଳିତଳାନ୍ତ ହୁଏ ଦିବାରାତି......।

