STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

ସମ୍ପର୍କ ର ଶବ୍ଦାର୍ଥ

ସମ୍ପର୍କ ର ଶବ୍ଦାର୍ଥ

1 min
336

ଏଠି କେହି ତ ନୁହେଁ କାହାର 

ଆପଣା ବି ହେଇଯାଏ ପର

ପୁଣି ପର ବି ହୁଏ ନିଜର 

ଏଠି ଶେଷ ସାଥି କେବଳ ନିଜେ ନିଜର ...!

ଜମି, ବାଡି ପାଇଁ କଳହ ଲାଗି ଯେ 

ଏଠି ପୁଅ ମାରେ ପିତାମାତାକୁ

କରମ ଫଳକୁ ଆଦରି ସେମାନେ 

ଲୁହ ଗଡା଼ନ୍ତି ଦେଖି ବିଧାତାକୁ….।

କ୍ଷଣ ଭଙ୍ଗୁର ଶରୀର ନଶ୍ୱର

ରହେ ନାହିଁ କାଳ କାଳକୁ 

ଅପଣ୍ଡିତ ଏଠି ପାଣ୍ଡିତ୍ୟ ମୁଖାପିନ୍ଧି 

ଅତ୍ୟାଚାର କରେ ଜନଙ୍କୁ……।

ଯେତେ ସୁନ୍ଦର ଚାକଚକ୍ୟରେ ରହିଲେ ବି 

ନାହଁ କିଏ ଏଠି ସାହା ହବା ପାଇଁ 

ସୁକୋମଳ ଶେଯରେ ଶୋଇ ରହିଲେ ହେଁ 

ଏଠି ଶେଷ ଯେ ମଶାଣିର କୋକେଇ.......!

ସଂସାରୀ ମଣିଷ ଏଣ୍ଡୁଅ ପରିକା 

ଦିନୁ ଦିନ ରଙ୍ଗ,ଠିକଣା ବଦଳୁଥାଇ 

ହେଲେ ଜାଣେନା ତା’ର ଶେଷ ଠିକଣାଟି 

ସେଇ ଶ୍ମଶାନ ଅଟଇ......।।

ମଣିଷ ଶରୀର କ୍ଷଣିକ ପାଇଁ 

ଧନ, ଜନ, ବାହୁବଳ ଅଟଇ କ୍ଷଣସ୍ଥାୟୀ 

ତଥାପି ଗର୍ବରେ ଚାଲିଛି ମଣିଷ 

ଦୁନିଆ ଆଗେ ଛାତି ଫୁଲେଇ…।।

ସାଥିରେ ନେବୁନି କାଣିଚାଏ ଧନ

ଯେତେ କରି ଅର୍ଜିଲେ ତୁହି ଧନ 

ବାଉଳା ହୁଏ ମଣିଷ କେବଳ 

ଶେଷ ନିଃଶ୍ୱାସ ଛାଡି ଯିବରେ ଜୀବନ.....!

ଯେତେ ଶବ୍ଦ, ଧ୍ଵନି ଆଜି ଖୁସିରେ ଗାଇ ଯା 

ମଧୁର ବଚନ ତୁଣ୍ଡରେ ବୋଲୁଥା

କର୍ମ ଘେନି ଫଳ ଦେବ ବିଧାତା 

ଶେଷ ଧ୍ଵନୀ ରାମ ନାମ ମନରେ ରଖିଥା......!



Rate this content
Log in

Similar oriya poem from Tragedy