ନିଃସଙ୍ଗତା
ନିଃସଙ୍ଗତା
ବୟସର ସିଲଟରୁ ରଙ୍ଗ
ଛାଡ଼ିଯିବ ଦିନେ
ମୋ ଜୀବନ କାହାଣୀ
ମୋ ସହିତ ସରିଯିବ ଦିନେ ।।
ମନ ଟା ତ ଅମାନିଆ
ଚାଲେ ନିଜ ମନେ
ଚାଲି ଚାଲି ଏଇ ଭଵ ବନେ
କାୟା ମୋ ସ୍ଥାଣୁ ହେବ ଦିନେ ।
ଯଦି କେବେ ମନେପଡେ
ଯଦି କେବେ ମନେପଡେ
ମୋ ନା ନେଇ ଡାକିଦେବ ଥରେ
ମେଘ ହେଇ ଆକାଶଟା
ଝରିଯିବ ବାରେ ।
ମିଛ ହସ ମିଛ ଲୁହ ଯାକ
ଧୋଇଦେବି ସେବେ
ମୋ ଆଭ୍ୟନ୍ତର ନିଃସଙ୍ଗତା ଭାଙ୍ଗି
ମତେ ବୁଝିପାରିବ ଦିନେ
ବୁଝି ପାରିବ ଦିନେ।