ଜୀବନର ପଥ
ଜୀବନର ପଥ
ବେଳେବେଳେ ନିଜକୁ ଦେଖିଲେ
ନିଜ ଉପରେ ବିଶ୍ଳେଷଣ କରିବସେ
କେଜାଣି କ'ଣ ଚାଲିଛି
ଆଉ କ'ଣ ଚାଲିବ
ନିଜକୁ ପ୍ରଶ୍ନ ପଚାରେ
ମୁଁ କ'ଣ ? ଆଉ
ମୁଁ କିଏ ବୋଲି ?.......? ।
ହେଲେ ,ସେ ଗୋଟିଏ ଉତ୍ତର
ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ
ଦୁନିଆଁ କୁ ଜାଣି ନ ଥିବା
ବୁଝିନଥିବା ଅନଭିଜ୍ଞ,ଅସହାୟ
ଅନ୍ଧାରିମୂଲକରେ ପ୍ରଦୀପର ଆଲୋକରେ
ଜ୍ୟୋତି ଅଣ୍ଡାଳୁଥିବା ମଣିଷ ଟିଏ.........।
ଲାଗେ ମୋର୍ ସ୍ୱପ୍ନ ଦେଖିବାଟା
ବୋଧହୁଏ ଅଭିଶାପ ହେଇଯାଏ
ଯଦି ବା ଭୁଲରେ କେବେ କାଳେ ସ୍ୱପ୍ନ ଦେଖେ
ପ୍ରକୃତି ବା ପରିସ୍ଥିତି ଆସି
ଅସହିଷ୍ଣୁ ହେଇ ଝାମ୍ପି ନେଇଯାନ୍ତି
ମୋର୍ ଅସଜଡ଼ା ସ୍ୱପ୍ନକୁ
ଆଉ ଖିନ ଭିନ କରିଦିଅନ୍ତି
ଏଇ ଏବେଏବେ ଜନ୍ମ ନେଉଥିବା
ମୋର୍ ତମାମ ଅସ୍ତିତ୍ବକୁ ……।
ପୁଣି ଆଶାଟେ ନେଇ ଛିଡ଼ା ହୁଏ ,
ପ୍ରସ୍ତୁତ କରେ ନିଜକୁ, ଝାଡ଼ି ଝୁଡ଼ି ହେଇ
କେତେବେଳେ ଅନ୍ଧାରର ବଶବର୍ତ୍ତୀ ହେଇ
ନୂଆ ରାହା ର୍ ଅନ୍ୱେଷଣରେ
ଖଣ୍ଡିଆ ଖାଵରା ହେଇ ତ୍
ଆଉ କେତେବେଳେ ଉଜ୍ଜ୍ୱଳ ଆଲୁଅରେ ବି
ନିଜକୁ ସଂଯତ କରେ
ଝୁଣ୍ଟି ପଡିବାର୍ ଆଶଙ୍କାରେ…….
ତେବେ,
ପୁଣି ଉଠି ଆଗକୁ ଚାଲିଛି
ଚାଲିଛି ଆସନ୍ନ ଆଶାଟିର ମଙ୍ଗଧରି
ବାସ୍ତବ ଆଉ କଳ୍ପନାକୁ ସାଥିକରି
କାଳେ ଫିଟି ଯିବ ବନ୍ଦ ହେଇଥିବା ଦ୍ୱାରଟିଏ
ଆଉ ମିଳିଯିବ ଜୀବନର ନୂଆଁ ଠିକଣାଟିଏ ….।
