କୋହ
କୋହ
ନିଷିଦ୍ଧ ଭାବର ଭାବନାରେ
ମନ ର ଅରଣ୍ୟ ସମାହାରେ
ଜାଣେ ନାହିଁ କିଛି ନିଜର
କାହାକୁ ଖୋଜିବି କେଉଁଠାରେ? |
ଯେଉଁଠି ଦେଖୁଛି ଖାଲି ଶବ
କେମିତି କହିବି ମନ ଭାବ
କାହାର ଭାଇ କାହା ପୁଅ
କୁଢା କୁଢା ଖାଲି ଶବ ସୁଅ |
ଲୌହ ଦୈତ୍ୟ ର ଦୈତ୍ୟ ରାଜି
ସଂହାର କରିଛି ଯମ ସାଜି
ନାହିଁ କିଛି ଅଛି ଭାବ ତାର
ସବୁଠାରେ ଖାଲି ହା ହା କାର |
ନିଶ୍ଚଳ ନିଶବ୍ଦ ମନ କୋହ
ଆଖି ରୁ ଶୁଖେ ନାହିଁ ଲୁହ
ଆଜିବି ମିଳୁନି ଶବ କିଛି
ମା ଥକି ନାହିଁ ପୁଅ ଖୋଜି |
ହାତରେ ଧରି କିଛି ଫଟ
ସ୍ତ୍ରୀ ଭିକ୍ଷା କରେ ନୀତି ଛାଟ
ଛାଟ ମାରୁଛନ୍ତି କିଛି ଲୋକ
ଶୁଣି ନ ଶୁଣିଲା ପରି ଭେଟ |
କୋହ ହୃଦୟ ଥରି ଦିଏ
କଅଁଳ ଶିଶୁର କାନ୍ଦ ଥାଏ |
ମାଟିରୁ ଖୋଳୁଛି ଯେତେ ଥର
ଠାବ ମିଳୁଛି ସେତ ମଣିଷର |
ନିଶ୍ଚିନ୍ହ ଅଟେ କେତେ ପରିବାର
କାହା କୋହ ହୁଏ ଏଠି ଦୂର ?
ଖାଇବାକୁ ଗଣ୍ଡେ ଭାତ ଯେବେ
ପାଟି କୁ ନଯାଏ ଅନ୍ନ ସେବେ |
କିପରି ଭାଗ୍ୟର ବିଡ଼ମ୍ବନା
ମନ ଦୁଃଖର ନାହିଁ ସୀମା |
କିପରି ବିତିବ ଏ ସମୟ
ଜୀବନ ହେଉ ପୂର୍ଣ୍ଣମ |
ସମସ୍ତେ ଦିନେ ତହିଁ ଯିବା
ସମୟ ଧାର ରେ କିନ୍ତୁ ଅବା |
ପୂର୍ଣ୍ଣ ଛେଦ ହେଉ ଅସ୍ଥିର ରେ
ଏତିକି ଜଣାଣ ପ୍ରଭୂ କରେ |
ସତଗତି ମିଳୁ ଆତ୍ମା ଙ୍କୁ ତହିଁ
ପ୍ରଭୂ ସଂରଚନା ଅଛି ବହି
ବ୍ରହ୍ମ ହାତରେ ସବୁ କିଛି
ବିନା କୃପାରେ ରେ ନାହିଁ ଅସ୍ତି |
