ଗଙ୍ଗଶିଉଳି
ଗଙ୍ଗଶିଉଳି
ଗଙ୍ଗଶିଉଳି ର ରୂପ ନେଇ
ମଧୁ ରାତିରେ ବହିଯାଇ
ବାସନା ଚାରିଦିଗେ ଥୋଇ
ଲୋକ ମନକୁ ଭାବଗ୍ରାହୀ ।
ଅଦିନ ମେଘ ଶ୍ରାବଣ ର
ପରିଚୟ ଅଟେ ତୃଷ୍ଣାସାର
କୃଷ୍ଣ ଚୁଡାରେ ଭାବମୂଖୀ
ତଥାପି ରାତି ଅଛି ବାକି ।
ଜୀବନ ଅଟେ ରାତିକର
କଥା ରହିଯାଏ ଅମରର
ଅମୃତମୟ ବାସ୍ନା ଯାର
ମିଳିଥାଏ ସେଠି ସ୍ୱର୍ଗଦ୍ୱାର ।
ଜୀବନ ର ଲକ୍ଷ୍ୟ ରହିଥାଉ
ପର ସେବାରେ ଜୀବ ଯାଉ
ସୁଗନ୍ଧିତ ହେଉ କ୍ଷଣେ ପାଇଁ
ମନ ଆକୁଣ୍ଠିତ କାହା ପାଇଁ?
ଯାହା ସତ୍ୟ ତାହା ଶେଷ
କାହିଁ କରିବ ଅବଶୋଷ?
ଆଜି କଥା କାଲି ନାହିଁ
ଅଭିମାନ ପୁଣି କାହା ପାଇଁ?
ଜୋଛନା ଶେଷେ ମଧ୍ୟ ରାତ୍ରି
ମହ ମହ ବାସେ ପୁଷ୍ପ ରାଜି
ଗଙ୍ଗଶିଉଳି ର ରୂପ ନେଉଥାଏ
ଜୀବନ ମୂଲ୍ୟ ରହିଯାଏ ।
ଈଶ୍ୱର ଦୟାରେ ଜୀବ ସାର
କଥା ରହୁ ସଦା ମହତ୍ତ୍ୱର
ପର ସେବାରେ କାଟି ଦିନ
ମହକୁଥାଉ ସବୁ ମନ ।
