ଆବେଗ
ଆବେଗ
ଦର୍ପଣ ନିଜ ମନ ସାଜେ
କେହି ଆଉ ହୁଏନା
ମିଛ ଦୁନିଆରେ ସ୍ୱାର୍ଥ ରଖି
ନିଜର କେହି କୁହେନା ।
ଚ୍ଛଳନା ମିଳେ ସମ୍ପର୍କ ରେ
କୋହ ଉଠେ ହୃଦୟେ
ଲିଭି ଯାଏ ଦୀପ ବିଶ୍ୱାସର
ଦୁଃଖ ମିଳେ ସମୟେ, ।
ଆଜି ଅଛି କାଲି ନାହିଁ
ଅଭିମାନ କାହାରି
କ୍ଷଣ କୋପେ ସବୁ ତୁଟେ
ପରିଚୟ ମୋହରି ।
କେଉଁ ସ୍ୱାଭିମାନେ କୁହେ ମନ
ଜୀବନ କୁ ବଞ୍ଚିବି?
ମୋହ ଯେବେ ତୁଟି ଯାଏ
ସମ୍ପର୍କ କାହିଁ ସଞ୍ଚିବି? ।
ଉଠ ବୀର ନ ଶୋଇ ଆଉ
ତ୍ୟାଗ ତୁମେ ବ୍ୟଥତା
ମିଛେ କାନ୍ଦ କାହିଁ ପାଇଁ
ପଣ କର ଶୀଘ୍ରତା ।
ନିଜକୁ ସମ୍ଭାଳି ତୁମେ
ଦିଅ କର୍ତ୍ତବ୍ୟ ର ଉତ୍ତର
ସେବା କରି ମନ ଜିଣ
କେହି ନୁହେଁ କାହାର ।
