ଆହେ ସେ କରାଳର ଡାକ
ଆହେ ସେ କରାଳର ଡାକ
ଆହେ ଆହେ ସେ କରାଳ ର ଡାକ,
ଡାକୁଚି କାନ୍ଦୁଚି ଚିତ୍କାର କରୁଚି ରଡ଼ି ଛାଡ଼ି ।
ନିଅ ନିଅ ବାହୁଡ଼ାଇ ଘରକୁ ଫେରାଇ ଚାହିଁରହିଚି,
ବାପା ମା ପୁଅ ଝିଅ ବନ୍ଧୁ ବାନ୍ଧବ ଆଉ ଘରବାଲି ।
ଆହା ଆହା କି କଷ୍ଟ ଯନ୍ତ୍ରଣା ଅଦେଖା ବେଦନା
ସତେ ଯେ ସହି ହଉନି କି ଶୋଇ ହଉନି କି ରହିହଉନି ।
ଡାକି ଡାକି ମା ଦଉଡ଼ି ଆସୁଚି କାହିଁ କେତେଦୂରୁ
ଶେଷ ଥର ପାଇଁ ଦେଖିବ ନିଜ ଅଝଟ ର ବାୟା ପାଗଳା କୁ ।
କାହିଁ କାହିଁ କେତେ ଦୂର ଯାଉଥିଲା ସେ ନୀତି
କିଏ ଜାଣିଥିଲା କାଳ ବସିଥିଲା ବାହାନଗାରେ ।
ଦେଖ ଦେଖ ଏଠି କି କରୁଣର ରଡ଼ି ,
ପୁଅକୁ ଖୋଜୁଛି ପିତା ଶବ ସମୁଦ୍ରରେ ପଶି ।
ଆହା ଆହା ରେ ଦଇବ ଇଏ କଣ ତୋର ଲକ୍ଷ୍ୟ
ଆସିଲା କି ହୋଇ ନିକଟ କଳିର ଶେଷ ।
