STORYMIRROR

SILURANJAN SAMAL

Abstract Romance Inspirational

4  

SILURANJAN SAMAL

Abstract Romance Inspirational

ତୁମେ ସେଇ ଶ୍ରାବଣ

ତୁମେ ସେଇ ଶ୍ରାବଣ

1 min
16

ତୁମେ ସେଇ ଶ୍ରାବଣ ,

ଯିଏ ଦେଖା ଦେଇ ବରଷେ ନାହିଁ ,

କିନ୍ତୁ ଦେଇ ଯାଏ ବହୁତ ଆଶା ଭରଷା ଏମିତି ଅନେକ କିଛି ।


ତୁମେ ସେଇ ଅଫୁଟା ଫୁଲର ବାସ୍ନା,

 ଯିଏ ଫୁଟିବାର କଥା ଦେଇ ଫୁଟେ ନାହିଁ ,

ବାସ୍ନା ତ ଛାଡ଼ କିଛି ମହକ ବି ବାସେ ନାହିଁ ।


ତୁମେ ତ ସେଇ ସ୍ପର୍ଶ,

ଯିଏ ଛୁଇଁ ବାକୁ କହି ଛୁଏଁ ନାହିଁ ,

କିନ୍ତୁ ବହୁତ ଦୂରକୁ ଦୂରକୁ ଚାଲି ଯାଏ ।


ତୁମେ ସେଇ ମୋ ଅଦେଖା ପ୍ରେମିକା,

ଯିଏ ପ୍ରେମ କରିବାର ଆଶା ଦେଇ ଦୂରେଇ ଯାଏ,

ଆଉ ଛାଡ଼ି ଦେଇ ଯାଏ ଅନେକ ଲୁହ, ସ୍ମୃତି ଆଉ କିଛି ଅନୁଭୂତି । 


Rate this content
Log in

Similar oriya poem from Abstract