STORYMIRROR

Samita Swain

Tragedy

3  

Samita Swain

Tragedy

ନିରବ ପୃଷ୍ଠାର କବିତା

ନିରବ ପୃଷ୍ଠାର କବିତା

1 min
341

ଖୋଲା ଆକାଶରେ ମନକୁ ବୁଝାଇ

   ଜହ୍ନଟିଏ ହୋଇଯାଇ 

ନିରବ ପୃଷ୍ଠାରେ ନିଜକୁ ଲେଖେ ମୁଁ 

   ନିଜେ କବିତାଟେ ହୋଇ।।....୧


ରାତି ପାହିଗଲେ ଆସଇ ସକାଳ

   ସୁଖ ସୁରୁଯକୁ ନେଇ 

ଦିନ ଚାଲିଗଲେ ସଂଧ୍ୟାତାରା ଉଏଁ

   ନିଶବ୍ଦରେ ଗୀତ ଗାଇ।।.....୨


କଡ ଲେଉଟାଏ ସ୍ମୃତିର ଉଦ୍ଯାନ

  ସ୍ବପ୍ନର ସେ ଫୁଲବନ

ମନ ଅଗଣାରେ ଝଲସି ଉଠଇ

  ରହିରହି ରୂପାଜହ୍ନ।। .....୩


ଋତୁର ସାଥୀରେ ଆସେ ମଉସୁମୀ 

  ସଂପର୍କ ର ଭାବନେଇ

ଅଳସୀ ନଇଟି ବହି ଯାଉଥାଏ 

  ସାଗରେ ମିଶିବା ପାଇଁ ।। .....୪


ନିରବ ମନର ସପନ ଢେଉରେ

   ଭାବନାରେ ବୁଡିଯାଇ

ଜୀବନ ନଉକା ଭାସିଭାସି ଯାଏ

  ସମୟର ସାଥୀ ହୋଇ।। .....୫


ଦୁଃଖ ଓ ସୁଖର ଛନ୍ଦ ତାଳ ଲୟ

   ବେସୁରା ରାଗିଣୀ ପରି

ଲୁହ ହୋଇ ସବୁ ବୋହି ଯାଉଥାଏ

   ମନର ପୃଷ୍ଠାକୁ ଚିରି ।।....୬


ଯନ୍ତ୍ରଣା ଜୁଇରେ ଯାତନା କଷଣ 

   ଜଳେ ନିତି ଚିତା ହୋଇ 

ଅମୃତକୁ ବାଣ୍ଟି ବଂଚିବାକୁ ପଡେ

  ବିଷତକ  ପିଇ ପିଇ।। .....୭


ଲେଖାଥିଲା ଯାହା ହୃଦୟ କାନ୍ଥରେ

   ସବୁକୁ ଲିଭେଇ ଦେଇ

ଅପେକ୍ଷା କରିଛି ଆକାଶ ବକ୍ଷରେ

  ଖାଲି ଟିକେ ଯାଗା ପାଇଁ।।.....୮

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy