ସମୁଦ୍ର
ସମୁଦ୍ର
ଧରଣୀ ବକ୍ଷରେ ଆଜି
ଆକାଶ ଲୋଟି ଯାଇଛି
ମାଟି କୁ ଛୁଇଁବା କ୍ଷଣି
ତରଳ ଅବସ୍ଥା ପାଇଛି,
ସୂର୍ଯ୍ୟ ନଗରେ ଯେବେ
ତୁ ଗର୍ଜନ କରୁଅଛୁ
ବାରି ବୁନ୍ଦା ର ଧାରା
ଅକ୍ଲେଶରେ ଏଠି ଆମ
ସଵୁ ଅଜାଡ଼ି ଦେଉଛୁ ।
ଯେବେ ତୁ ରାଗିଯାଇ
ପ୍ରଳୟ ର ରୂପ ନେଉ
ଵହିଚାଲୁ ଭୀମ ରୂପରେ
ପ୍ରଶାନ୍ତି ର ବେଳାଭୂମି ରେ
ଉଦ୍ଧମତ୍ତା ଲହରୀ ଖେଳେ ।
ଅମାପ ଧରିଛୁ ତୋ କୋଳେ
ଶଂଖ୍ଖ ଶାମୁକା ମୋତି ମୁକୁତା
ସରୁ ସରୁ ବାଲି ସବୁ ତୋର
ମୁନି ଋଷିଙ୍କ ସାଧନା ର ସ୍ଥଳ
ତୋତେ ସାକ୍ଷୀ ରଖି ମୁହିଁ
କାଟି ଦେବି ତୋର ସବୁ ଦିନ।
