STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

ବନ୍ଦୀ

ବନ୍ଦୀ

1 min
210


ତୋ ଭାବରେ ମୋତେ

କରିଦେରେ ବନ୍ଧା

ଝୁରିଝୁରି ତୋତେ

ମୁଁ ହେଲିଣି ଅଧା,

ହେବି ନାହିଁ ରୁକ୍ମିଣୀ

ମୁଁ ହେବିନି ରାଧା

ସୀତା ପରି ପାରିବିନି

ଜଳାଇ ମୋ ଚିତା ।

ସବୁ ବନ୍ଧନକୁ ଛାଡି

ଆସିଛି ମୁଁ ଦ ଉଡ଼ି

ତୁ ମୋ ଗଳାର ହାର

ତୁ ମୋ କଉଡ଼ି,

ତୋ ଭାବ ବନ୍ଧନରେ

ବାନ୍ଧି ଦେଇ ମୋତେ ଭିଡ଼ି

ପଞ୍ଜୁରୀ ଭିତରୁ ତୋତେ ଚାହିଁ

କାଳ ମୋର ଦେବି କଟାଇ ।।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy