STORYMIRROR

Debadatta Jena

Tragedy

3  

Debadatta Jena

Tragedy

ବେଲାଳର ଉକ୍ତି.

ବେଲାଳର ଉକ୍ତି.

1 min
247

ଆରେ ରେ ପାମର ତୁମେ 

       ଦଣ୍ଡେ ହୁଅ ସାବଧାନ, 

ଭୀମର ରକତ ମୁଁ ଯେ 

         ମୁଁ ବେଲାଳସେନ, 


ମାତା ମୋର ବେଲାବାଳି 

          ମୁଁ ତାର କୁମର, 

ଧର୍ମ ଯୁଦ୍ଧେ ଆସିଥିଲି 

         ନ ହୋଇ କାତର, 


ଶୁଝିବାକୁ ମାତୃ ଋଣ 

         ଶୁଝି ପିତୃ ଋଣ, 

ମୁକତି ଲଭିଥାନ୍ତି 

          ପାଣ୍ଡଵର କୁଳ, 


ସୂଚ୍ୟଗ୍ରେ ମେଦିନୀ ଯେବେ 

        ନ ଦିଅ ହେ ତୁମ୍ଭେ, 

ବିନା ଯୁଦ୍ଧେ ହେ ନ କରନ୍ତି 

       କର ସାମ୍ନା ମୋତେ, 


ଏକ ବାଣେ ଭେଦି ଥାନ୍ତି 

       ହେ କୌରବ ଶ୍ରେଷ୍ଠ, 

ଆନ ବାଣେ କରିଥାନ୍ତି 

         ମସ୍ତକ ଯେ ଛିନ୍ନ, 


ଦଇବର ବିଡମ୍ବନା 

        ମୋର ଛିନ୍ନ ମସ୍ତ, 

ଧିକ ମୋର ବୀର ପଣ 

        ଧିକ ମୋ ଜୀବନ, 


ନେତ୍ର ମୋର ଦେଖେ 

      ଯାହା ଏ ମହା ସମର 

ଆଖି ଆଗେ ଭାଇ ମୋର 

          ଲଭଇ ମରଣ, 


ଡାକେ ମୋତେ ବାର ବାର 

        ଆସ ଭ୍ରାତା ମୋର, 

ଚକ୍ରବ୍ୟୂହେ କଷଣ ମୋ 

         ବଢେ ବାରମ୍ବାର, 


କାହିଁ ଅଛ ଭ୍ରାତା ମୋର 

        ହୁଅ ମୋ ସହାୟ, 

ହେଲେ ମୁଁ ଅଧମ ମୋର 

        ନାହିଁ ଯେ କର୍ତ୍ତୃତ୍ୱ, 


ଆପଣାର ଜିହ୍ୱା ଚ୍ଛେଦ 

         ମୁଁ ଆଜି ଅତିଷ୍ଠ, 

ଘେନ ହେ ପରମ ସାଇଁ 

        ହେ ପାଣ୍ଡଵ ନାଥ 


ଜୀବିତ କର ମୋତେ 

        ଦେଖିବି ମୁଁ ଯୁଧ୍ୟ 

ନ ଶୁଣ କିପାଁ ଆହେ 

       ମୋ ଜଗତ ସାଇଁ 

ପ୍ରଣିପାତ କରେ ତଵ 

      ହସ୍ତେ ନିସ୍ତରିଲି ମୁହିଁ !!


         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy