STORYMIRROR

Biswajit Sahoo

Tragedy

3  

Biswajit Sahoo

Tragedy

ପ୍ରବାସୀ

ପ୍ରବାସୀ

1 min
176


ନିଜର ରାଜ୍ୟରେ ଚାକିରି ନ ପାଇ,

ଚାଲିଯାଇଥିଲେ ଦିନେ,

ମୁଠେ ଅନ୍ନ ପାଇଁ କିଛି ଅର୍ଥ ପାଇଁ,

ସବୁ କଷ୍ଟ ଚାପି ମନେ।


ପରିବାର ଛାଡି ଦୂର ଦେଶେ ରହି,

କରୁଛନ୍ତି ପରିଶ୍ରମ,

ସୂତାକଳ ହେଉ, ହେଉ ଇଟାଭାଟି,

କରୁଛନ୍ତି ତାଙ୍କ କର୍ମ।


ଅର୍ଥକୁ ଅପେକ୍ଷା କରି ରହିଛନ୍ତି,

ପିତାମାତା ପରିବାର,

ଟଙ୍କା ନ ମିଳିଲେ ସୁନା ସଂସାରଟା,

ହୋଇଯିବ ଛାରଖାର।


କେଇ ଟଙ୍କା ପାଇଁ କରିବାକୁ ପଡେ,

ରାତିଦିନ ପରିଶ୍ରମ,

ମନକଥା କେହି ବୁଝିବାକୁ ନାହିଁ,

ବୋଝ ଲାଗେ ଆଜି ପ୍ରାଣ।


ପରିବାର ଦୁଃଖ ଦେଖି ହୁଏନାହିଁ,

ସହିହୁଏ ନାହିଁ କଷ୍ଟ,

ପ୍ରଭୁ ବରଦାନ ଦୁର୍ମୂଲ୍ୟ ଜୀବନ,

ଅଚିରେ ହୋଇବ ନଷ୍ଟ....?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy