ମାୟା
ମାୟା
ବାଃ...
ଶୁଭ ସଖାଳ ବନ୍ଧୁ
ସତେତ ମୃତ୍ୟୁ ଏକ ପ୍ରହେଳିକା
ଜାଲ ମାୟାର
ଅନିବାର୍ଯ୍ୟ ନିଶ୍ଚିତ ସତ୍ୟର
ଅବତରଣ କରେ ଅସମୟେ
ଅବାଟକୁ ସଜାଡି ସଜାଡି
ଉଜୁଡେଇଦିଏ ସୁନା ଘର
ଭାଙ୍ଗିଦିଏ ଲୁହାର ପାଚେରୀ
ଛିନ୍ନଛତ୍ର ତାହାରି ଅଭ୍ୟାସ
ଅଜାଣୁଆ କରେ ଗ୍ରାସ
ଖାଇଯାଏ ଦୁଇକୂଳ
ମାଟି ହୁଏ ପଥର ତରଳି
ସୁକ୍ଷ୍ମ ଭେଦ କରିଦିଏ ଟାଣୁଆ ଚଟାଣ
ଆତ୍ମାକୁ ନେଇ କରେ ଶରୀର ପାଉଁଶ
ନିର୍ଦୟ କିନ୍ତୁ ସେହିଁ ଧର୍ମରାଜ
ଭାଙ୍ଗି ଅଟ୍ଟାଳିକା କରେ ନୂତନ ସାମ୍ରାଜ୍ୟ
ମୃତ୍ୟୁ ସତେ ଚୀରନ୍ତନ ସତ୍ୟ
ଜନ୍ମଜରା ମୃତ୍ୟୁ ବିନା
ନ ଚାଲେ ମରତ
ବାଃକି ସୁନ୍ଦର ମୃତ୍ୟୁ
ଶାନ୍ତି ମିଳେ ଶୋଇଗଲେ ଚୀର ଦିନ ପାଇଁ
ନ ଥାଏ ଦୁଃଖଶୋକ ଗଣ୍ଡେ
ନ ମାଗେ କେବେବି ମୃତ୍ୟୁ ଭାଇ ବନ୍ଧୁ ସଖାସୋହଦର
ନ ଜାଣେ ସେ କୁଟ କି କପଟ
କେବଳ ମାଗିଛି ମୃତ୍ୟୁ
ସରଗକୁ ବାଟ
ତେଣୁ ତ ମାୟା ମାୟାରେ ଲାଗି ଅଛି ହାଟ ll