ମାନବିକତା
ମାନବିକତା
ମଣିଷ ଜୀବନ ନୁହଁଇ କେବଳ ।
ଖାଇ ପିଇ ବଞ୍ଚିଯିବା ।
ସେ ବଞ୍ଚିବାରେ କିଛି ମୂଲ୍ଯ ନାହିଁ।
ସେବା ଯେବେ ନ କରିବା।
ଈଶ୍ବର ସେବାଠୁ ମଣିଷର ସେବା ।
ସର୍ବଘଟେ ନାରାୟଣ।
ସେ ସେବାକୁ ଦେଖି ଖୁସି ହୋଇଥାନ୍ତି।
ଅନାଦି ପରମ ବ୍ରହ୍ମ।
ମଣିଷର ସେବା ଈଶ୍ବର ସେବା।
ହେଉ ସେ ଗରିବ ଦୀନ।
ଯେତେ ଦୁଃଖୀ ରଙ୍କି ସେବା କରୁଥିବ।
ସୁଖେ କଟୁ ଥିବ ଦିନ ।
ମଦର ଟେରେସା ମାନବୀରୁ ଦେବି ।
ହୋଇ ଗଲେ ସେବା କରି।
ସନ୍ଯାସୀନି ସେ ଏ ବିଶ୍ବ ବ୍ରହ୍ମାଣ୍ଡେ।
ହୋଇଗଲେ ମହାମାୟୀ।
ମାନବିକତାର ଗୁଣେ ବଳିୟାର।
ଗୋପବନ୍ଧୁ ଆମ ଦେଶେ।
ଦୁଃଖି ରଙ୍କୀ ସେବି ଅମର ରହିଲେ ।
ଓଡିଶାର ଇତିହାସେ ।
ମାନସିକତାକୁ ପ୍ରସାରିତ କର ।
ନ ରଖିଣ ଭେଦାଭାବ।
ମହତ ପଣିଆ ମଣିଷର ସିଏ।
ଜୀବନେ ଆଦର୍ଶବାଦ ।
ମାନବିକ ମୂଲେ କିଣି ନିଅ ମନ।
ନଭାବି ଆପଣା ପର ।
ସେଇଠି ଦେଖିବ ଦିବ୍ଯ
ଦର୍ଶନ ସତ୍ଯ ଶିବ ସୁନ୍ଦର।