ମାଆ
ମାଆ
ମାଆ ପରି ଆଉ କେହି ନାହିଁ
କି ଲେଖା ଲେଖିବି ତାହା ପାଇଁ.
ମୋତେ ଶିଖାଇଛି ଲେଖା ଯିଏ
ତାହା ପାଇଁ ଲେଖିବାକୁ ମୁଁ କିଏ ?
ଆପ ତେଜ ବାୟୁ ଅନଳ ରେ
ନିଶ୍ୱାସ ପ୍ରଶ୍ୱାସ ସବୁଥିରେ.
ବାଟ ଚାଲି ବା ଠୁ ଆରମ୍ବିଲେ,
ଖାଦ୍ୟ ପେୟ ଆଉ ପୋଷାକ ରେ.
ଅନ୍ତର ର ଇଚ୍ଛା ଜାଣୁଥାଏ.
ମାଆ ପରି ଆଉ ହେବ କିଏ ?
ମାଆ ର ମମତା ନ ଜାଣିଛି ଯିଏ,
କିପରି ଜାଣିବ ସ୍ନେହ ସିଏ.
ମମତା ର ଭଣ୍ଡାର ତ ସିଏ.
ପୃଥିବୀ ଠୁ ବେଶି ସାହିଯାଏ।
ଦିନ ରାତି ଉଜାଗର ରୁହେ
ପିଲା ପରେ ଲକ୍ଷ ରଖି ଥାଏ.
ମୁହଁ ଦେଖି କରି କହି ଦିଏ
ଖାଇ ନାହୁଁ ଆଜି ଜାଣି ଦିଏ.
ମାଆ ନୁହେଁ ଇଶ୍ୱର ତ ସିଏ
ଚାନ୍ଦ ମାଗିଲେ ବି ଦେଇ ଦିଏ.
ତାର ଅଣଦେଖା କରିବାନି
ପିଲା ଏହା କେବେ ଭୁଲିବାନି ।
