STORYMIRROR

Saphala Das

Children Stories

3  

Saphala Das

Children Stories

ତୁମ ବିନା

ତୁମ ବିନା

1 min
180

ଭାବନା ରାଇଜେ ଶବ୍ଦ ମାଳ ମାଳ 

ଅଚାନକେ ଆଣେ ସୁଗନ୍ଧ ବାହି 

ନିର୍ଜୀବ ଜୀବନ ସଜୀବ ହୋଇଲା 

ଅଣାୟତେ ବକ୍ଷେ ଗଲେ ମୁଁ ଶୋଇ ।।


ଶବ୍ଦକୁ ସାଉଁଟି ଯତନେ ରଖିଛି 

ପ୍ରୀତି ଫରୁଆର ସାତ ସିନ୍ଦୁକେ 

କଟିରୁ ଖସିଲା ବାସି ପିନ୍ଧା ଶାଢି 

ବିଜୁଳି ପରିକା ଦେହେ ଚମକେ।।


ଅଳସି ଆଖିରୁ ସପନ ସରିଲା

ଲାଜୁଆ ମୁହଁଟା ଦର୍ପଣ ଖୋଜେ 

ତୁମରି ସ୍ପର୍ଶରେ ଦିନ ବିତିଯାଏ 

କବିତା ଲେଖାରେ ଦିନଟି ହଜେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍