STORYMIRROR

Kabiratna Nutan Kumar Behera

Children Stories Inspirational

3  

Kabiratna Nutan Kumar Behera

Children Stories Inspirational

ଆ'ରେ ବସନ୍ତ ମୋ ଗାଆଁକୁ

ଆ'ରେ ବସନ୍ତ ମୋ ଗାଆଁକୁ

1 min
151

ଆ'ରେ ବସନ୍ତ ମୋ ଗାଆଁକୁ ତୁ ଆ...

ତୋ ସାଥେ ଫୁଲେଇ ଫଗୁଣକୁ ନେଇ ଆ

ତୋ ଲାଗି ମୋ ପ୍ରିୟ ଜନମଭୂଇଁ

ସରାଗରେ ଅପଲକେ ରହିଛି ଚାହିଁ

ଆସି ତୁ ତା' କୋମଳ କୋଳକୁ ଛୁଇଁ ଯା

ଆ'ରେ ବସନ୍ତ ମୋ ଗାଆଁକୁ ତୁ ଆ...

ଶୀତ ଦାଉରେ କଷ୍ଟ ପାଇ ଥୁରୁ ଥୁରୁ

ହେଉଛି ଘରେ ମୋ ବୁଢୀ ମାଆ

ଆସିଲେ ତୁ ମାଘ ଶୀତ ଯିବ ଛାଡ଼ି

ଗଛ ଲତାରୁ ପତର ପଡ଼େ ଝଡ଼ି

ଖାଲି ଖାଲି ଦିଶେ ବଣ ବିଲ ବାଡ଼ି

ବେଗେ ବେଗେ ଆ' ତୁ ଦଉଡ଼ି

ଆ'ରେ ବସନ୍ତ ମୋ ଗାଆଁକୁ ତୁ ଆ...

ମୋ ଗାଆଁରେ ବଉଳୁଛି ଆମ୍ଵ ବଉଳ

ଦିଶେ ଶୋଭିମୟୀ ସତେ ଅବା ଦେଉଳ

ଗାଇବାକୁ ଗୀତ ସଜ ହୁଏ କୋକିଳ

କୁଉ..କୁଉ..ତାନେ ମୋହିବ ମୂଲକ

ଫୁଟିବ ରାଶି ରାଶି ଫୁଲ ଅନେକ

ତୋତେ ସ୍ୱାଗତ କରି ବିଞ୍ଚିବ ମହକ

ଆ'ରେ ବସନ୍ତ ମୋ ଗାଆଁକୁ ତୁ ଆ...

ତୁ ଆସିନୁ ବୋଲି ପ୍ରିୟା ମୋ ରହିଛି ରୁଷି

ଆସିଲେ ତୁ ମନ ଖୋଲି ଉଠିବ ହସି

ତୋ ମୃଦୁ ମଳୟେ ଉଡାଇ କବରୀ

ଖେଳାଇବ ମୋ ପ୍ରାଣେ ପ୍ରୀତିର ଲହରୀ

ଫୁଟିବ ପ୍ରେମର ପେନ୍ଥା ପେନ୍ଥା କୃଷ୍ଣଚୂଡ଼ା

ଦୂର ଦେଶୁଁ ହେବି ମୁଁ ଘର ବାହୁଡ଼ା

ଫୁଗୁଣେ ଫଗୁ ବୋଳି ଖେଳିବି ହୋଲି

ରଙ୍ଗ ରଙ୍ଗରେ ଜୀବନ ହସିବ ଖିଲି ଖିଲି

ଆ'ରେ ବସନ୍ତ ମୋ ଗାଆଁକୁ ତୁ ଆ...

ତୋ ଆଗମନେ ଉଭା ହେବେ ମା' ବାସନ୍ତୀ

ଶୋଭାର ଭୁବନେ ପ୍ରକାଶି ଦିବ୍ୟକାନ୍ତି

ଆଶିଷ ଦେବେ ସନ୍ତାନକୁ ଅସରନ୍ତି

ମନେ ମୋର ଆଶା କେତେ ରଖିଛି ସଞ୍ଚି

ପତ୍ରଝଡ଼ା ଗଛ ପଲ୍ଲବୀ ଫୁଲେ ଫୁଲେ

ମୂଳକେ ମହକ ତା' ଦେବ ରେ ବିଞ୍ଚି

ଆ'ରେ ବସନ୍ତ ମୋ ଗାଆଁକୁ ତୁ ଆ...

ସବୁରି ମନରୁ କ୍ଳେଶ ଗ୍ଳାନି ତୁ ନେଇ ଯା

ଆ'ରେ ବସନ୍ତ ମୋ ଗାଆଁକୁ ତୁ ଆ...।



Rate this content
Log in