କାହାଣୀଟିଏ
କାହାଣୀଟିଏ
ଆସରେ ପିଲାଏ ଆସ
ଚକା ପକାଇ କି ବସ
କହିବି ତୁମକୁ କାହାଣୀ ଗୋଟିଏ
ଶୁଣିଲେ ହେବ ହରଷ
ଆସରେ ପିଲାଏ ଆସ ।
ଜୀବନ ତାହାର ଥାଏ
ତୁମ ପରି ଖାଦ୍ୟ ଖାଏ
ଶାଗୁଆ ଚାଦରେ ଦେହକୁ ଘୋଡାଇ
ଛୋଟରୁ ସେ ବଡ଼ ହୁଏ ।
ମାଟିତା ଏନ୍ତୁଡ଼ିଶାଳ
ଲେଖାତାର ଷଠୀଘର
ସୂରୁଜ ଆଲୁଅ ପାଣି ପବନରେ
ଛାଡିଲା ସେ ମାଆ କୋଳ ।
ସଭିଙ୍କର ମାଆ ପରି
ରଖିଲା ସାଇତିକରି
ନରମ କୋମଳ ଭୃଣ ପତରରେ
ଖାଦ୍ୟକୁ ଯତନେ ଭରି ।
ମଞ୍ଜିରୁ ତ ଗଜା ହେଲା
ଆଈ ମୋର କହୁଥିଲା
ସମୟ ଅନ୍ତରେ ତଳ ଅଂଶ ତାର
ମାଟି ଭିତରକୁ ଗଲା ।
କ୍ରମେକ୍ରମେ ସେ ବଢିଲା
ସୁନ୍ଦର ସବଳ ହେଲା
କାଣ୍ଡ ଦେହେ ତାର ହାତ ଗୋଡ଼ପରି
ଡାଳପତ୍ର ମେଲି ଗଲା ।
ମାଟିର ଭିତର ଅଂଶ
ମୂଳ ନାମରେ ପ୍ରକାଶ
ମାଟିରୁ ଆଣେ ସେ ଜଳ ଲବଣକୁ
କାମଟା ବଡ଼ ବିଶେଷ ।
ସଜାଡ଼ିଲା ହାଣ୍ଡିଶାଳ
ପତର ବୋହୂ ତାହାର
ସବୁଜକଣିକା ଛାଣିଲା ବାୟୁରୁ
ବାଷ୍ ପ ଅଙ୍ଗାର କାମ୍ଳ ।
ସୂରୁଜ କିରଣ ନେଇ
ଜଳ ଲବଣ ମିଶାଇ
ଭାଶ୍ଲେଷଣ କ୍ରିୟେ ରାନ୍ଧେ ଶ୍ବେତସାର
ଖାଦ୍ୟପରା ତାହାପାଇଁ ।
ରାତିର ଅନ୍ଧାର ହେଲା
ପତର ବିଶ୍ରାମ ନେଲା
ଅଙ୍ଗାରକାମ୍ଳ ପତ୍ର ଛିଦ୍ର ଦେଇ
ବାୟୁମଣ୍ଡଳକୁ ଗଲା ।
କେତେ ଦିନ ବିତିଗଲା
ଗଣ୍ଠିରୁ ମୁକୁଳ ହେଲା
ବୃନ୍ତ ମଧ୍ୟଦେଇ ରଙ୍ଗୀନ ଫୁଲରେ
ଗଭା ତାର ମଣ୍ଡିଗଲା ।
ପାଖୁଡା ପଡିଲା ଖସି
କଷିଫଳ ଗଲା ଦିଶି
ପରିପକ୍ୱ ହେବ ନୂଆ ସୃଷ୍ଟି ପାଇଁ
ଆଶା କରିଅଛି ବସି ।
ଆମରି ଜୀବନ ପାଇଁ
ଅମ୍ଳଜାନ ଦିଏ ସେଇ
ପ୍ରକୃତିର ଅଟେ ଶୀତଳ ଭଣ୍ଡାର
ପିଲେ, ପାରିବ କି ନାମ କହି।।।
