ବୃଦ୍ଧାବସ୍ଥା
ବୃଦ୍ଧାବସ୍ଥା
ଅନିୟନ୍ତ୍ରିତ ଅବଦମିତ ଚିନ୍ତା ଓ ଚେତନା
ଅସମ୍ଭବ ଅଲୌକିକତାର କଳ୍ପନା ଜଳ୍ପନା ।
ଅସ୍ତରଙ୍ଗ ସୂର୍ଯ୍ୟ ସମ ଲାଲ ଲେଲିହାନ କ୍ଳେଶ
କର୍ମର ଜ୍ୱାଳା ରେ ଦଗ୍ଧୀଭୂତ ହନ୍ତ ସନ୍ତ ପ୍ରାଣ ।
ଅପ୍ରତ୍ୟାଶିତ ଦୁଃଖ ଦୈନ୍ୟତାର କର୍ମ ଭୂମି
ଅଭିନୟ ଛଳେ ରଙ୍ଗ ମାଖୁଥାଏ ଦିନ ଗଣି ।
ତୂଣୀର ଭରା କର୍ତ୍ତବ୍ୟର ମହା ଅମୋଘ ଅସ୍ତ୍ର
ଅନ୍ଯର ଅଧିକାର ରେ କର୍ତ୍ତବ୍ୟ ର ବଳିଦାନ ।
ଅମାନୁଷିକ ଅତ୍ଯାଚାର ସବୁ କିଛି ଆପଣାର
ଅତୃପ୍ତ ଆଶା ଓ ଆକାଂକ୍ଷାର ବିଶାଳ ପାହାଡ ।
ପ୍ରଣୟର ଆବେଗରେ କେବେ କେବେ ଅଭିପ୍ସିତ
ପ୍ରଣୟର ଜ୍ବାଳାରେ ବେଳେ ବେଳେ ମର୍ମାହତ ।
ବାର୍ଦ୍ଧକ୍ଯର ତାଡ଼ନାରେ ମର ଶରୀରଟା ଜର୍ଜରିତ
ମୃତ୍ଯୁର କରାଳ ଭୟରେ ଅମର ଆତ୍ମା ବିଚଳିତ ।
ଆଜି ମୁଁ ଭୟଭୀତ ମୋ ବଡ ହେବାରେ ଯେତିକି
ଭୟଭୀତ ମୁଁ ମୋ ବାର୍ଦ୍ଧକ୍ଯକୁ ଆଖି ଆଗରେ ଦେଖି।
