ସାହିତ୍ୟ ଓ ସମାଜ
ସାହିତ୍ୟ ଓ ସମାଜ
ସାହିତ୍ୟ ଅଟଇ ସମାଜ ଦର୍ପଣ
କହେ ସମାଜର କଥା
ସମାଜର ହିତ ସାଧନ ନିମିତ୍ତ
ଦିଏ ସୁଚିନ୍ତିତ ବାର୍ତ୍ତା l
ଆମ ସଂସ୍କୃତି ଦର୍ଶନ ଓ ବିଜ୍ଞାନ
ସାହିତ୍ୟେ ପ୍ରତିଫଳିତ
ସାହିତ୍ୟ ସୁନ୍ଦର ନିତ୍ୟ ନୂତନ
ପ୍ରବାହ ମାନ ତା ସ୍ରୋତ l
ସାହିତ୍ୟର ଭାବ ସଞ୍ଚରି ଯାଏ
ପାଠକ ହୃଦୟ କୋଣେ
ସୁରଭିତ କରେ ସାରା ବିଶ୍ୱକୁ
ନିଜର ସୌରଭ ଦାନେ l
ରେବତୀ ଗଳ୍ପ ନାରୀ ଶିକ୍ଷା ପାଇଁ
ପ୍ରେରଣାର ବାର୍ତ୍ତା ଥିଲା
କନ୍ୟା ସୁନା ମଧ୍ୟ ଯୌତୁକଲୋଭୀଙ୍କ
ବିରୁଦ୍ଧରେ କହିଥିଲା l
ମଧୁବାବୁଙ୍କର କବିତା ଆମର
ଭାଷାକୁ ଆଗେଇନେଲା
ବିଶ୍ୱ ଦରବାରେ ଓଡ଼ିଆ ଭାଷାର
ସମ୍ମାନ ବଢ଼ାଇଦେଲା l
ବୀରକିଶୋର ଲେଖିଲେ କବିତା
ସ୍ୱାଧୀନତା ବହ୍ନି ଜାଳି
କବି ଗାଳ୍ପିକ ଆଉ ଉପନ୍ୟାସିକ
ଲେଖିଥାନ୍ତି କେତେ ଭାଳି l
ସାହିତ୍ୟ ତତାଏ ସାହିତ୍ୟ ମତାଏ
ମନୋରଞ୍ଜନ ରେ ଭରା
ସଂସ୍କାର ଆଣେ ଜୀଇଁବା ଶିଖାଏ
ପ୍ରେମର ଅମୃତ ଧାରା l
ସାହିତ୍ୟକୁ ଏତେ ଶସ୍ତା ଭାବ ନାହିଁ
ଯତନରେ ସୃଷ୍ଟି କର
ବାଗଦେବୀଙ୍କର ଆଶିଷ ବଳରେ
ଲେଖାକୁ ସୁଦୃଢ କର l
