STORYMIRROR

Mishra Manasi

Children

3  

Mishra Manasi

Children

ତ୍ରୀରଙ୍ଗା

ତ୍ରୀରଙ୍ଗା

1 min
138

ସତ୍ୟ ଶାନ୍ତି ମନ୍ତ୍ର ଗାଇ

ଜନମ ଭୂଇଁଁ କୋଳେ

ଐକ୍ୟ ସୁତ୍ରେ ବନ୍ଧା ତ୍ରିରଙ୍ଗା

ଉଡେ ପବନ ତାଳେ ।

କେଶରୀ ରଙ୍ଗ ବୀରତ୍ୱ ଠାଣି

ସିିମାନ୍ତେ ବୀର ସୈନ୍ଯ

ଅରାତି ମଥା ଗରବେ ଧସି

ଶୁୁୁଝଇ ମାଆ ଋଣ ।।

ନମ୍ରତା ଶାନ୍ତି ପବିତ୍ର ବାର୍ତ୍ତା

ଧବଳ ରଙ୍ଗ କହେ

ଭାତୃତ୍ବେ ବନ୍ଧା ଭାରତବାସୀ

ମୁୁୁକୁତା ମାଳଟିଏ ।।

ସବୁଜ ସ୍ୱପ୍ନ ବିିିିିିିିିଶ୍ଵାସ ଭରି

ପ୍ରୀତି ରଜ୍ଜୁରେ ଛନ୍ଦି

ବିିିଶ୍ୱକୁ ଦିଏ ସମତା ବାର୍ତ୍ତା

ଶୃୃଙ୍ଖଳା ସ୍ୱଚ୍ଛ ନୀତି ।।

ଅଧର୍ମ ଧ୍ୱଂସୀ ଧରମ ଚକ୍ର

କେନ୍ଦ୍ର ଆବର୍ତ୍ତେ ଥାଇ

ଅତିଥି ଦେବୋ ଭବ ସିଦ୍ଧାନ୍ତ

ବାଣ୍ଟେ ଭାରତ ଭୂଇଁ ।।

ଜୟ ଜବାନ ଜୟ କିିଷାନ

ଜୟ ବିଜ୍ଞାନ ଆମ

ଗରିମା ଝଣ୍ଡା ଉଚ୍ଚେ ଉଡଇ

ମୋ ଦେଶଟି ମହାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children