Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବର୍ଷା ଆଉ ଆମ ଗାଁ

ବର୍ଷା ଆଉ ଆମ ଗାଁ

1 min
299



ବରଷା ଆସିଲେ ସବୁଜ ପଣତ

ଘୋଡାଇ ହୋଇ ମୋ ଗାଁଆଁ

ବରଦ ମୁଦ୍ରାରେ ଢାଳେ ଶୁଭାଶିଷ 

ସୁଶୀତଳ ସ୍ନିଗ୍ଧ ଛାୟା ।


ହସି ଉଠେ ତାର ବିଲ ତୋଟାମାଳ

ଦିଶେ ସବୁଜ ସୁନ୍ଦର 

ଉଛୁଳି ଉଠଇ ଖାଲ ଖମା ନାଳ

ପୂର୍ଣ୍ଣ ହୁଏ ସରୋବର ।


ପଡିଆ ବାଲିରେ ଛତୁ ନାନା ଜାତି

ଫୁଟି ଉଠେ ଛତ୍ର ତୋଳି

ଚାଲେ ଢଳି ଢଳି ସାଧବ ବୋହୁଟି

ଦେହ ନାଲି ମଖମଲି ।


ସାରୁ ବୁଦା ମୂଳେ ବେଙ୍ଗ ଓ ବେଙ୍ଗୁଲି

କରନ୍ତି କେଏଁ କଟର

ଗରଜଇ ନିଶା ଝିଙ୍କାରୀ ଶବଦେ

ବରଷଇ ଝରଝର ।


ଘର ଅଗଣାର ପାଣିର ସୁଅରେ

କାଗଜ ଡଙ୍ଗା ଭସାଇ 

ତାଳି ମାରି ଗୀତ ଗାଆନ୍ତି ପିଲାଏ 

ନାଚନ୍ତି ଆନନ୍ଦ ହୋଇ ।


ଭାରି ଆପଣାର ଅତି ପରିଚିତ

ବର୍ଷା ଆଉ ଆମ ଗାଆଁ

ସୁସାନ୍ନିଧ୍ଯ ଯୋଗେ ଉନ୍ମେଷେ ଜୀବନ

ଉଜ୍ଜ୍ବଳେ ସୁଖି ଦୁନିଆଁ ।



Rate this content
Log in

Similar oriya poem from Inspirational