STORYMIRROR

Gobinda Chandra Sethi

Abstract Classics Children

4  

Gobinda Chandra Sethi

Abstract Classics Children

ଛୁକ୍ ଛୁକ୍ ଚାଲେ ବାଷ୍ପୀୟ ସକଟ

ଛୁକ୍ ଛୁକ୍ ଚାଲେ ବାଷ୍ପୀୟ ସକଟ

1 min
352

ଛୁକ୍ ଛୁକ୍ ଚାଲେ ବାଷ୍ପୀୟ ସକଟ

           ବସି ଦେଖୁଥିଲି ଚାରୁ ଚିତ୍ରପଟ l

ଗାଁ ଗଣ୍ଡା ବିଲ ପଛରେ ଛାଡି 

           ଆଗକୁ ଯାଇଛି ଟ୍ରେନଟା ମାଡି l

ଯେବେ ଧାଉଁଥିଲା ସେତ ଆଗକୁ

         ବୃକ୍ଷେ ଧାଉଁଥିଲେ ଲାଗେ ପଛକୁ l

ଘୁରୁଥିଲା ମୋର ସତେ ପୃଥିବୀ

           ମୁଣ୍ଡ ବୁଲୁ ଥିଲା ମନରେ ଭାଵି l

ଭରି ଥିଲା ମନେ ସେ ଚମତ୍କାର

         ଖୁସିରେ ହୋଇଛି ମୁହିଁ ବିଭୋର l

ବସିଥିଲି ମୁହିଁ କୋଳେ ବୋଉର 

          ବାପା ରଖିଥିଲେ ଭଲେ ନଜର I

ଯେବେ କାଢ଼ୁଥିଲି ହାତ ବାହାର

          ଖାଉଥିଲି ମୁହିଁ କେତେ ପ୍ରହାର l

ଶୁଭୁଥିଲା ଯେବେ ହକର ରଡି

           ଯାଉଥିଲି ତାଙ୍କ ପାଖକୁ ମାଡି l

ଉପର ବର୍ଥରେ ଶୋଇଛି ଚଢି 

           ଖାଉଥିଲି ମୁହିଁ ବାଦାମ ମୁଢ଼ି l

ଛୁକ୍ ଛୁକ୍ ଚାଲେ ମୋ ରେଳଗାଡି

         ଷ୍ଟେସନ ପଛରେ ଷ୍ଟେସନ ଛାଡି l

କେତେ ରେଳ ଗାଡି ଆଗ ପଛରେ

          ଚାଲୁଥିଲେ ସବୁ ନିଜ ପଥରେ l

ରେଡ୍ ସିଗନାଲ ଦେଖି ଆଗରେ

          ଗାଡି ଅଟକିଛି ଆମ ପଛରେ l

ଛାଡ଼ୁଥିଲୁ ମୁହିଁ କାନ୍ଦିକି ରଡି 

           କୁହ ଡ୍ରାଇଭର ଚଲାଉ ଗାଡି l

କହୁଥିଲେ ବାପା ଛାଡ଼ନା ରଡି

         ଗ୍ରୀନ ସିଗନାଲେ ଚାଲିବ ଗାଡି l

କାହିଁ କରୁଅଛୁ ଏତେ ଅଝଟ

       ସେ ରେଡ୍ ଗ୍ରୀନରେ ଚାଲଇ ବାଟ l

ରହିଅଛି ଆଉ ଅଳପ ବାଟ 

            କରନି ମୁନା ଆଉ ତୁ ନାଟ l

ଆସିଗଲା ଯେବେ ଆମ ଷ୍ଟେସନ

          ହୋଇଥିଲି ମୁହିଁ ଭାରି ପ୍ରସନ l

ଓହ୍ଲାଇଲୁ ସବୁ ଧରି ଲଗେଜେ  

        ରେଳଗାଡି ଟାର ସିଗ୍ନାଲ ବାଜେ l 

ଚାଲିଗଲା ସେତ ଆଗକୁ ମାଡି

         ଛୁକ୍ ଛୁକ୍ କରେ କାନରେ ରଡି l

ଥିଲା ପିଲା ଦିନ ବାଷ୍ପୀୟ ସକଟ

      କୋଇଲା ପାଣିରେ କରୁଥିଲା ନାଟ l

ଧନ୍ୟ ଧନ୍ୟ ମୋର ସେ ପିଲା ଦିନ

       ହଜି ନାହିଁ ମୋର ସେ ଦୃଶ୍ୟମାନ l


Rate this content
Log in

Similar oriya poem from Abstract