Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପାଠପଢା ଦିନ ଓ ବର୍ଷା

ପାଠପଢା ଦିନ ଓ ବର୍ଷା

1 min
387



ଓଗାଳେ ବାଟକୁ ବରଷା ଅସରା

ପୋଷାକ କରଇ ଓଦା

ସମ୍ଭାଳି ବସ୍ତାନି ଏକ ହାତେ ଛତା

କଷ୍ଟ ପଥଚଲା ମାନ୍ଦା ।


ଟଳମଳ ହୁଏ ସାଇକେଲ ଚକ

ବିଦ୍ୟାର୍ଥୀଙ୍କୁ ଅସମ୍ଭାଳ

କାଦୁଅ ପାଣିରେ ପଡିଯିବା ଭୟ

ହଟିଲେ ଟିକେ ନଜର ।


ପାଣି ସରସର ମୁଣ୍ଡ ଗୋଡହାତ 

ଛତାରୁ ନିଗିଡା ପାଣି

ଛୁଟେ ପାଣିଧାର ବିଦ୍ୟାଳୟ ଗୃହେ

ଶୁଭେ କଳରବ ଧ୍ବନି ।


ଶ୍ରେଣୀ ପାଠପଢା ହୁଏ ଧିମା ମାନ୍ଦା

ଜମେ ସଙ୍ଗୀତ ଆସର

ତାଳିକୁ ବଜାଇ ଠୁମୁକାଇ ତାଳ 

ଗୁଞ୍ଜେ ସ୍ବର ସୁମଧୁର ।


କାହାର କର୍କଶ ଶୁଭେ ମୋଟା କଣ୍ଠ

ମେଣ୍ଢା ଶ୍ବାନ ଗର୍ଦ୍ଦଭର

କରି ଉପହାସ କହନ୍ତି ପିଲାଏ 

କୋଇଲିର ମଳଦ୍ଵାର ।


ବେଳ ଥାଉଁ ଶିଘ୍ର ହୋଇଯାଏ ଛୁଟି

ଘଣ୍ଟିବାଜେ ଠନଠନ

କମ ପାଠପଢା ଅଧିକ ମଉଜ

ବର୍ଷାଦିନ ମହାନନ୍ଦ ।


Rate this content
Log in

Similar oriya poem from Inspirational