Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ଗେଣ୍ଡାଳିଆ

ଗେଣ୍ଡାଳିଆ

1 min
214


     

ଆକାଶେ ବାରିଦମାଳ ବରଷାର କାଳ l

ଉଡ଼ି ଯାଉଛନ୍ତି ଗେଣ୍ଡାଳିଆ ମାଳ ମାଳ ll

ଗେଣ୍ଡା ଖାଏ ଏଣୁ ତା'ର ନାମ ଗେଣ୍ଡାଳିଆ l

ଲମ୍ବା ଲମ୍ବା ଗୋଡ଼ ତା'ର ବେକ ଲମ୍ବାଳିଆ ll

ଚଞ୍ଚୁ ଗୋଟି ରଙ୍ଗେ ତା'ର ଅଟଇ ହିଙ୍ଗୁଳ l

ଦୀର୍ଘ ପାଦେ ଗତି ତା'ର ଅତୀବ ଚଞ୍ଚଳ ll

ନିରୀହ ପକ୍ଷୀଟି ରକ୍ଷା କରେ ପରିବେଶ l

ଅପକାରୀ ଗେଣ୍ଡାଙ୍କର କରେ ବଂଶନାଶ ll

ରାମାୟଣ କଥା ଭାଇ କ୍ରୌଞ୍ଚ ପକ୍ଷୀଙ୍କର l

ମିଥୁନ କାଳେ ବିନ୍ଧିଲା କ୍ରୁର ବ୍ୟାଧ ଶର ll

ସେ ଶୋକ ଉତ୍ସ୍ୱାସେ ମହାମୁନି ବାଲ୍ମିକୀ l

ଆଦିଶ୍ଳୋକ ରଚି କୀରତିକୁ ଗଲେ ରଖି ll

କାର୍ତ୍ତିକେୟ ବଧ କଲେ କ୍ରୌଞ୍ଚ ଦଇତ l

କ୍ରୌଞ୍ଚଦାରୁଣ ନାମରେ ହୋଇ ସୁୁବିଦିତ ll

ପୁରାଣ ବର୍ଣ୍ଣିତ କ୍ରୌଞ୍ଚ ପକ୍ଷୀ ଗେଣ୍ଡାଳିଆ l

ମନୋହର ପକ୍ଷେ ଦିଶେ କୃଷ୍ଣ ଧବଳିଆ ll

ମେଘ ରାଇଜରେ ଭାଇ ଗେଣ୍ଡାଳିଆ ଘର l

ରାଜା ଝିଅ ବାହୁନୁଛି, ଦେଖି ବୁଢ଼ା ବର ll

ବିଧାତାଙ୍କ ସୃଷ୍ଟି ପକ୍ଷୀ ବର, ଗେଣ୍ଡାଳିଆ l

ରତ୍ନ ପ୍ରାୟେ ଯତ୍ନ କର ସାତପର କିଆଁ ll

      



Rate this content
Log in

Similar oriya poem from Inspirational