STORYMIRROR

Puja Pradhan

Children Stories Children

4  

Puja Pradhan

Children Stories Children

ପୋଟଳ କଷା

ପୋଟଳ କଷା

1 min
249

ରସ ରସିଆ, କସା କାସିଆ

  ପୋଟଳ, ଆଳୁର କଷା

ଖାଇବା ପାଇଁ ମନରେ ମୁଁ 

  କରୁଛି କେତେ ବ୍ୟବସ୍ତା 

 ଗରମ ଗରମ ଭାତ ସାଙ୍ଗକୁ

  ବହଳିଆ ହରଡ଼ ଡାଲି

 ଖଡାଶାଗରଭଜା, ସହିତ

  ଦହି ବାଇଗଣ ଟିକେ କରିଥିଲି

ଶେଷରେ କଲି ପୋଟଳ କଷା

  ମନ ଖୁସିରେ ଯାଇ

ମୋ ଝିଅ ପୁଅ ଆସିଲେ ଧାଇଁ

  କହିଲେ ବୋଉ କଣ ରୋଷଇ ହେଉଛି

 ଆମକୁ ଟିକିଏ କୁହ

  କେତେ ସୁନ୍ଦର ବାସ୍ନା ହେଉଛି

କଢେଇ ଖୋଲି ଗିନାରେ

  ଆମ ଦୁହିଁ ଙ୍କୁ ଟିକିଏ ଦିଅ

କହିଲି ପିଲେ କହିଲ ଦେଖି

  କଢେଇ ଭିତରେ କେଉଁ ଜିନିଷ ଅଛି

 ଝିଅ କହୁଛି ମୋତେ ମାଛ ବେସର

   ବାସ୍ନା ଭଳି ଲାଗୁଛି

  କହିଲି ବୋକି ଏକାଦଶୀରେ

    ଆଇଁସ ବିଷୟ କହୁ ।

     

  ଝିଅ କହିଲା ରାଗନି ବୋଉ

   ସତରେ ମୋତେ ବେସର ବାସ୍ନା ହେଉଛି

 କହିଲିତାକୁ ମାଛ ବେସର

   ବୋଧେ ପେଟରେ ରହିଯାଇଛି

  ଗିନାରେ ଦେଲି ପୋଟଳ କଷା

   ଖାଇଲେ ଭାଇ ଭଉଣୀ

  କହିଲେ ବୋଉ ପୋଟଳ କଷା

   ସୁଆଦିଆ ଲାଗେ ଭାରି

 ତୋ ହାତ ପରଷା ଖାଉଛୁ ବୋଲି

  ଖୁସିରେ ନାଚୁଛୁ ଆମେ ଭାରି ।

   

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍