STORYMIRROR

Bidyadhar Mantry

Abstract Classics Children

4  

Bidyadhar Mantry

Abstract Classics Children

ପିଲା ଦିନ ବର୍ଷା

ପିଲା ଦିନ ବର୍ଷା

1 min
322


ବର୍ଷା ହେଉଛି କହିଲେ,ଏକ ଅହେତୁକ ରୋମାଞ୍ଚ

ମୌସୁମୀ ବର୍ଷା ଆହୁରି ନିଆରା

ବର୍ଷା ଲାଗି ରହିବ, ସାରା ଦିନ ରାତି

ସୂଚନା ମିଳୁ ମିଳୁ ଘରୁ ପଳାୟନ

ଲୁଚି ଲୁଚି ଯିବାର ମଜା ଆହୁରି ଆନନ୍ଦ

ସେଇ ପିଲାଦିନ ବର୍ଷା କଥା,ଏବେ ବି ମନରେ।


ବିନା ଦ୍ବିଧାରେ,ଅସାବଧାନତା ସହିତ

ଘରୁ ବାହାରି ବାହାରେ ବୁଲିବା

ସାଙ୍ଗ ସହ ମିଶି ଓଦା ହେବା

ଖାଲି ଓଦା ନୁହେଁ,ପୁରା ଗାଧୁଆ ବି

ବର୍ଷାରେ ଭିଜି ଭିଜି,ମନ ଥଣ୍ଡା ପର୍ଯ୍ୟନ୍ତ

ସେଇ ପିଲା ଦିନ ବର୍ଷା କଥା,ଏବେ ବି ମନରେ।


ରାସ୍ତା କଡର ପାଣି

ଦେଖୁ ଦେଖୁ କାଗଜ ର ଡଙ୍ଗା

କିଛି ସମୟ ଭାସି ଭାସି ଯିବ

ମାଲିକ ବି ଖୁସି,ଯିଏ ଡ଼ଙ୍ଗା ତିଆରି କରିଛି

ପରେ ପରେ ପରଷ୍ପର କୁ ପାଣି ଛିଟିକା

ପିନ୍ଧି ଥିବା ଡ୍ରେସ୍ ଝୀକି ପାଣିରେ ଫିଙ୍ଗିବା

ଛୋଟ ପ୍ରଜାପତି, ଝିଣ୍ଟିକା ଗୋଡେଇ ଧରିବା

କାଦ ଫିଙ୍ଗା ଫିଙ୍ଗି, ଗୋଡ଼ା-ଗୋଡ଼ି

ପଡିଗଲେ ପାଟିତୁଣ୍ଡ ,ମଜା ଓ ହସ

ସେଇ ପିଲା ଦିନ ବର୍ଷା କଥା,ଏବେ ବି ମନରେ


ପୋଖରୀ ରେ ବର୍ଷା ପାଣି

ଦେଖୁ ଦେଖୁ ପ୍ରତିଯୋଗିତା ସନ୍ତରଣ ପାଇଁ

ସନ୍ତରଣ ସମୟରେ ବି ଝିକା-ଝିକି

ଲଙ୍ଗଳା ହେଲା ପର୍ଯ୍ୟନ୍ତ 

ପୁଣି ହୋ ହାଲ୍ଲା,ପାଟି ତୁଣ୍ଡ ,ମଜା ଓ ହସ

ସେଇ ପିଲା ଦିନ ବର୍ଷା କଥା,ଏବେ ବି ମନରେ।



ଘର କୁ ଫେରିଲେ ଗାଳି ଆଉ ଗାଳି

ମା ଆଗ ଗାଳି କରିବ

ବାପାଙ୍କୁ କହିଦେବି କହିବ

ଗାଳି କରି କରି ମୁଣ୍ଡ ଦେହ ପୋଛିଦେବ

ଦୁଇ ଚାରି ମାଡ଼ , ନ ହେଲେ କାନ ମୋଡା

ମାଡ଼,ରାଗ ରେ ସ୍କୁଲ୍ ଡ୍ରେସ ଜାଣି ଶୁଣି ଓଦା

ବାହାରେ ବର୍ଷା,ଘର ଭିତରେ ବନ୍ଧା

ସେଇ ପିଲା ଦିନ ବର୍ଷା କଥା,ଏବେ ବି ମନରେ।


ଥଣ୍ଡା, ସର୍ଦ୍ଦି,ଜ୍ଵର ସଭିଏଁ ଏକା ଥରେ

ବର୍ଷା ଭିଜା ଦେହରେ ଲାଗି ରହିଯିବେ 

ଦୁଇ ଚାରି ଦିନ ଖାଲି ନାକରୁ ପାଣି

ସ୍କୁଲ୍ ଯିବାର ନାହିଁ,ଖୁସି ସେଇ ବର୍ଷା ପାଇଁ

ସେଇ ପିଲ ଦିନ ବର୍ଷା,ଏବେ ବି ମନରେ।


ବର୍ଷା ଏବେ ବି ହେଉଛି

ପିଲା ଏବେ ବି ଅଛନ୍ତି

ପିଲା ମାନଙ୍କ ଦିନ ଏବେ ବର୍ଷାରେ ଲାଗୁନି

ବର୍ଷା ଭିଜା ର ଆନନ୍ଦ ଥିଲା,ସେଇ ପିଲା ଦିନ

ମୋବାଇଲ୍ ଆଢ଼ୁଆଳେ ଏବେ ପିଲାଙ୍କ ବର୍ଷା ଦିନ ।



 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract