Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଅଭାବୀ ସଂସାରେ ଶ୍ରାବଣ ରାତି

ଅଭାବୀ ସଂସାରେ ଶ୍ରାବଣ ରାତି

1 min
297



 ଅଭୁଲା ଅଲିଭା ଏ ଶ୍ରାବଣ ରାତି

ଆଖିରେ ମୋ ଲୁହ ଝର,

କୋଳରେ ମୋହର ଉପାସିଆ ପିଲା

ଖୋଜୁଛି ଟିକେ ଆହାର ।

ଘରର ଛାତରୁ ଝରୁଅଛି ପାଣି

ନଡା ଯାଇଅଛି ଉଡି,

ଘରେ ଝରେ ବର୍ଷା ଟପ୍ ଟପ୍ ହୋଇ

ସବୁ ଯାଏ ତିନ୍ତି ବୁଡି ।

ବାହାରେ ଶୁଭଇ ସୁ ସୁ ଶବ୍ଦ

ପବନର ବଢେ ଗତି,

ଚାଳ ଖଣ୍ଡ ମୋର କେବେ ଉଡିଯିବ

ଲାଗୁଥାଏ ବଡ଼ ଭୀତି ।

ଇନ୍ଦିରା ଆବାସ ମିଳିନି ଆମକୁ 

ଅଛି ବୋଲି ଖଣ୍ଡେ ଜମି,

ଟାଙ୍ଗରା ଜମି ଟି ପଡିଥାଏ ଖାଲି 

ଫସଲ ଜମା ହୁଏନି l

ବାହାରେ କୁକୁର ବିଲୁଆଙ୍କ ରଡି 

ଶୁଭିଯାଏ ବାରବାର,

କୁନି ପିଲା ମୋର ଡରରେ ଛାନିଆ

 ଲୁଚାଏ ମୁହଁକୁ ତାର ।

ନାହିଁ ଘରେ ଖାଦ୍ୟ ରୋଗିଣା ସ୍ୱାମୀ ମୋ

ଯାଇନି କାମକୁ ସେହି,

ଘରେ ଯାହାଥିଲା ପଇସା ପତର

ଯାଇଛି ସେ ଶେଷ ହୋଇ ।

ଚୁଲି ଠାରୁ ଜାଳ ସବୁ ଓଦା ହେଲା

କେମିତି ରୋଷେଇ ହେବ,

ଅଭାବୀ ଘରକୁ ଶ୍ରାବଣ ରାତି

ଦହଗଞ୍ଜ କରୁଥିବ ।

ଶୋଇବି ହୁଏନି ବସିବି ହୁଏନି

ଘର ସାରା ଓଦା ଲାଗେ,

ଶ୍ରାବଣ ରାତିଟି ବେଗେ ପାହିଯାଉ

ପ୍ରଭୁଙ୍କୁ ଏତିକି ମାଗେ ।

ରାତି ପାହିଗଲେ କାମ କରିଯିବୁ

ଆମେ ତ ନିତି ମୂଲିଆ,

ଜୀବନ ଆମର ଦୁଃଖରେ ଭରା 

ଏକା ଭଗବାନ ସାହା।


Rate this content
Log in

Similar oriya poem from Inspirational