Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Children Stories

4  

Panchanan Jena

Children Stories

ଧାରା ଶିରାବଣ

ଧାରା ଶିରାବଣ

1 min
301



ଧାରା ଶିରାବଣ ଝରୁଛି

ଟୁପ୍ ଟାପ୍ ଝର୍ ଝର୍ ଛମ୍ ଛମ୍

ଗୀତ ଗାଇ ଗାଇ ଥେଇ ଥେଇ ନାଚୁଛି ।


ନାଁ ମୋ

ସାଥିରେ ନାଚୁଛି ତରୁ ପଲ୍ଲବ ସୁକୁମାରୀ

ପବନ ବିଞ୍ଚୁଛି ଆଲଟ ଚାମର ଧରି

ଘାସ ପଡ଼ିଆରେ ଆୟୋଜନ ସାରି

ଜଳକ୍ରୀଡାରେ ଭିଜି ଭିଜି ତିନ୍ତି ତରି

ଦୁର୍ବାଦଳ ତୃଣ ଲତା ଗାଉଛନ୍ତି 

ମେଘ ମହ୍ଲାର ଥିରି ଥିରି ।


ନାଁ ମୋ

ଆଞ୍ଜୁଳା ଆଞ୍ଜୁଳା ପ୍ରେମରସ

ଟାଙ୍ଗରା ପାହାଡ଼ ଟା ଶୋଷୁଛି ସୋମରସ

ମାଟି ମଟାଳର ଫଟା ଛାତିରେ

ବତୁରି ଗଲାଣି ଗ୍ରୀଷ୍ମଋତୁର ଆଦିମ ଶୋଷ ।


ନାଁ ମୋ 

ପାଗ ମେଘୁଆ 

ଅଧା ଖୋଲା ଝରକା ପାଖରେ ସେ ଠିଆ

ଭିଜୁଥିବ ହାତ ବଢେଇ ଥିବ

ଶ୍ରାବଣର ମୃଦୁ ଆମନ୍ତ୍ରଣ

ଶିତଳାଉଥିବ ମିଠା ଦହନ ବଦନ 

ମୌସୁମୀର ଖୋଲା ସିହରଣ ।


ନାଁ ମୋ

ଆକାଶଗଙ୍ଗାକୁ ଛୁଇଁ

ଖୁସି ହେଉଥିବ ଛୁଇଁ ମୁଇଁ

ଝିପି ଝିପି ବରଷାରେ ଭିଜି

ମନରେ ପ୍ରାଣରେ ଅଙ୍କୁରେଇଥିବ

ସ୍ନେହରେ ଉଛୁଳା ସବୁଜିମା କେଜି କେଜି ।


Rate this content
Log in