STORYMIRROR

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ଦକ୍ଷ ଶିଳ୍ପୀ ଦୁଇଜଣ

ଦକ୍ଷ ଶିଳ୍ପୀ ଦୁଇଜଣ

1 min
355


ଏଥେନା ଦେବୀଙ୍କ ପୁର ଏଥେନ୍ସ ନଗରୀ

ଜ୍ଞାନୀ, ଗୁଣୀ,ବିଜ୍ଞ ଜନେ ରହିଥିଲା ପୁରି ll


ଜନ୍ମି ଥିଲେ ତହିଁ ବିଜ୍ଞ ପ୍ଲାଟୋ, ସକ୍ରେଟିସ୍

ପ୍ରାଚୀନ ନଗରୀ ଏହା ରାଜଧାନୀ ଗ୍ରୀସ୍ ll


ନଗରୀରେ ଥିଲେ ଦକ୍ଷ ଶିଳ୍ପୀ ଦୁଇ ଜଣ

ନିଜଗୁଣେ ଥିଲେ ଦୁହେଁ ଅତୀବ ମହାନ ll


ଜଣ ନାମ ପର୍ସିଅସ ଜୁଇସ୍ ନାମେ ଅନ୍ୟ

ଚିତ୍ର ଆଙ୍କୁ ଥିଲେ ନାନା ଜାତି ଭିନ୍ନ ଭିନ୍ନ ll


କିଏ ବଡ଼ ଶିଳ୍ପୀ ବୋଲି ଜାଣିବାକୁ ଭଲା

ପ୍ରତିଯୋଗିତା ଗୋଟିଏ ଅନୁଷ୍ଠିତ ହେଲା ll


ପ୍ରଥମେ ଶିଳ୍ପୀ, ଯୁଇସ ସଭାକୁ ଆସିଲେ

ଦେଖଣାହାରି ସମସ୍ତ କୋଳାହଳ କଲେ ll


ତୂଳୀ ଅଙ୍କା ଚିତ୍ର ଏକ ତାଙ୍କ ହସ୍ତେ ଥିଲା

ଅଙ୍ଗୁର ପେନ୍ଥାଏ ବୃକ୍ଷ ଡାଳେ ଝୁଲୁଥିଲା ll


ଉଡ଼ି ଯାଉଥିଲେ ନଭେ ଦଳେ ଶୁକପକ୍ଷୀ

ଓହ୍ଲାଇ ଆସି ଅଙ୍ଗୁରେ ପକାଇଲେ ଖୁମ୍ପି ll


କରତାଳି ମାଡ଼େ ସଭା ପ୍ରକମ୍ପିତ ହେଲା

ଏବେଭାଇ ପର୍ସିଅସଙ୍କ ପାଳିଟି ପଡ଼ିଲା ll


ହାସ୍ୟମୁଖେ ପର୍ସିଅସ ସଭାକୁ ଆସିଲେ

ତାଙ୍କ କଳାକୃତିଟିକୁ ଘୋଡ଼ି ଆଣିଥିଲେ ll


ରଖି ଦେଇ କୃତିଟିକୁ ସଭା ମଧ୍ୟେ ଶିଳ୍ପୀ

କହିଲେ ପ୍ରଥମ ଶିଳ୍ପୀ ଜୁଇସଙ୍କୁ ଡାକି ll


ଆସ ଆସ ଭାଇ ଏହା କର ଉନ୍ମୋଚନ

କୃତି ମୋ ଦେଖିବେ ଚାହିଁଛନ୍ତି ବିଜ୍ଞଜନ ll


ଲୁଗାର ଢାଙ୍କୁଣି ଜୁଇ ସନ୍ତର୍ପଣେ ଖୋଲି

ସଭାଜନେ ହସୁଥିଲେ ଖାଲି ଖିଲି ଖିଲି ll


ଲୁଗାର ଘୋଡ଼ଣି ଯାହା ପ୍ରତେ ହେଉଥିଲା

ବାସ୍ତବିକ ତାହା ଏକ ସୂଚୀ କଳା ଥିଲା ll


ଅଙ୍ଗୁର କଳା ଖୁମ୍ପିଲେ ନଭଚାରୀ ପକ୍ଷୀ

ପର୍ସିଙ୍କ କଳା ଠକିଲା, ମନୁଷ୍ୟର ଆଖି ll


ପରସିଅସ ହୋଇଲେ ଏଥିରେ ବିଜେତା

ଜୁଇସ ପରାସ୍ତ ହୋଇ,ନୂଆଁଇଲେ ମଥା ll


ପ୍ରତିଯୋଗିତାରେ ସଦା ଥାଏ ହାର ଜିତି

ପ୍ରବୋଧ ବାଣୀରେ ପର୍ସି ଜୁଇଙ୍କୁ ବୁଝାନ୍ତି ll

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational