Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଵିଧି ନିର୍ଦ୍ଦିଷ୍ଟ

ଵିଧି ନିର୍ଦ୍ଦିଷ୍ଟ

1 min
215



ଵିଧି ର ବିଧାନ ନହୁଅଇ ଆନ

ହୋଇଥାଏ ତାହା ଭୋଗ,

ସୁଖ ଅବା ଦୁଃଖଆସେ ଜୀବନରେ

ଥାଏ ଯା ପ୍ରାରବ୍ଧ ଯୋଗ ll

ରାତି ପାହିଥିଲେ ରାଜା ହୋଇଥାନ୍ତେ

 ଅଯୋଧ୍ୟା ରେ ପ୍ରଭୁ ରାମ,

ଵିଧିଲେଖି ଥିଲା ଚଉଦ ବରଷ

 ବାସ ତାଙ୍କଘୋର ବନ l

ଦେବତା ହୁଅନ୍ତୁ ଅବା କେହି ନର

ବିଧିର ବିଧାନ ବଳେ,

ଦୁଃଖ ସୁଖ ଭୋଗ କରିଥାନ୍ତି ସଦା

ନିଜର ଜୀବନ କାଳେ l

ସୀତା ଙ୍କ ହରଣ ରାବଣ ମରଣ

ଥିଲା ତ ଵିଧି ନିର୍ଦ୍ଦେଶ,

ସେପାଇଁ ଭୋଗିଲେ ସୀତା ମାତା କଷ୍ଟ

ଭାଗ୍ୟ ର ଥିଲା ଏ ଦୋଷ l

ଵିଧି ନିର୍ଦ୍ଦେଶରେ ରାଜପୁତ୍ର ହୋଇ

ନଳ କାଟିଥିଲେ ଘାସ,

ହରିଶ୍ଚନ୍ଦ୍ର ରାଜା ମଶାଣି ଜଗନ୍ତି

ଭାଗ୍ୟ ଅଟଇ ସର୍ବସ୍ୱ l

ଘଟଣା ଠାରୁ ତ ଦୁର୍ଘଟଣା ଯାଏଁ

ସବୁ ଵିଧି ହାତେ ଲେଖା,

ଭୋଗିବା ଆମର କର୍ମ ଫଳ ସବୁ

ଏକା ପ୍ରଭୁ ଆମ ସଖା l

ବିଧିନିର୍ଦ୍ଦିଷ୍ଟ ଯା ଭୋଗୁଛେ ଭୋଗିବା

ଅଟେ ତା ଅବସମ୍ଭାବି,

କରିଯିବାଯାହା କର୍ମ ଜୀବନରେ

କି ଲାଭ ପାଇବା ଭାବି l

ଆମେବି ଆସିଛେ ଵିଧି ନିର୍ଦ୍ଦେଶରେ

ମାନବ ଜନମ ହୋଇ,

ସୁ କର୍ମ କରିଲେ ଏହି ଜନମରେ

ମୋକ୍ଷ ଗତି ଯିବା ପାଇ l



Rate this content
Log in

Similar oriya poem from Inspirational